୬ କୋଟିର ପିଚୁ ରାସ୍ତା ଧସୁଛି ଭିଜିଲାନ୍ସ ତଦନ୍ତ ଦାବି କଲେ ଅଂଚଳ ବାସୀ
କେନ୍ଦ୍ରାପଡ଼ା, ୨୩ ସେପ୍େଟମ୍ବର (ହି.ସ.): ନିର୍ମାଣ ହେବାର ଏକ ମାସ ନପୂରୁଣୁ ଧସୁଛି ୬କୋଟି ୩୨ଲକ୍ଷର ପିଚୁରାସ୍ତା ! ଯାହାକୁ ନେଇ ତେଜୁଛି ଅସନ୍ତୋଷ କ୍ରାଇମ ବ୍ରାଂଚ ତଦନ୍ତ ଦାବୀ କଲେ ଅଂଚଳ ବାସୀ । ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ପୁନ୍ଦାଳ ଜଳ ସମ୍ପଦ ବିଭାଗ ନଦୀ ବନ୍ଧ ସହକାରୀ ନିର୍ବାହୀ ଯନ୍ତ୍ର
୬ କୋଟିର ପିଚୁ ରାସ୍ତା ଧସୁଛି ଭିଜିଲାନ୍ସ ତଦନ୍ତ ଦାବି କଲେ ଅଂଚଳ ବାସୀ


କେନ୍ଦ୍ରାପଡ଼ା, ୨୩ ସେପ୍େଟମ୍ବର (ହି.ସ.): ନିର୍ମାଣ ହେବାର ଏକ ମାସ ନପୂରୁଣୁ ଧସୁଛି ୬କୋଟି ୩୨ଲକ୍ଷର ପିଚୁରାସ୍ତା ! ଯାହାକୁ ନେଇ ତେଜୁଛି ଅସନ୍ତୋଷ କ୍ରାଇମ ବ୍ରାଂଚ ତଦନ୍ତ ଦାବୀ କଲେ ଅଂଚଳ ବାସୀ । ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ପୁନ୍ଦାଳ ଜଳ ସମ୍ପଦ ବିଭାଗ ନଦୀ ବନ୍ଧ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ଅଧୀନରେ ୬କୋଟି ୩୨ଲକ୍ଷ ଟଙ୍କାର ଘୋଟଲାର କଥା । ଓସିସି କମ୍ପାନୀ ଅଧୀନରେ ସମ୍ପୃକ୍ତ ଠିକା ସଂସ୍ଥା ଚିତ୍ରୋତ୍ପଳା ନଦୀ ବନ୍ଧର ବାମ ପାର୍ଶ୍ୱ ୪କି.ମି. ପାଟକୁରା ବ୍ରିଜ ପାଖରୁ ମାଣ୍ଡିଆ ରାଘବପୁର ପର୍ୟ୍ୟନ୍ତ ନଦୀବନ୍ଧ ଉନ୍ନତିକରଣ ଓ ପିଚୁ ରାସ୍ତା ନିର୍ମାଣ କରିଥିଲା । ଏହି ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏକ ମାସ ହେବ ଏହି ନଦୀବନ୍ଧ ପୁନଃରୁଦ୍ଧାର ଓ ପିଚୁରାସ୍ତା କାର୍ୟ୍ୟରେ କୋଟିକୋଟି ଟଙ୍କାର ଘୋଟାଲା ହୋଇଥିବା ନେଇ ଜିଲ୍ଲା କୃଷକ ସଂଗଠନର ସଭାପତି ଗୟାଧର ଧଳ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଠିକାଦାର ଓ ରାସ୍ତାର ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ କୃପାସିନ୍ଧୁ ପ୍ରଧାନ ଓ ସ୍ଥାନୀୟ ବାଲି ମାଫିଆ ମନୁ ଦାସ ଙ୍କ ସାଲାସୁତୁରାରେ ତରବରିଆ ଭାବେ ରାସ୍ତା ନିର୍ମାଣ ହୋଇଥିବା ପାଇଁ ରାସ୍ତାର ଦୁଇପାର୍ଶ୍ୱରୁ ମାଟି ଧସିବା ସହ ପିଚୁରାସ୍ତା ଧସିପଡିଛି ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ମାଣ୍ଡିଆ ରାଘବପୁର ପୋଦନା ନରସିଂହପୁର ଆଦି ଗ୍ରାମର ସାଧାରଣ ଜନତା । ଅସାଧୁ ଠିକାଦାର ପିସି ଖୋର ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବୀ କରିଛନ୍ତି ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀର ଦଳିତ ନେତା ନଗେନ ଜେନା ଓ ବରିଷ୍ଠ ସାମ୍ବାଦିକ ଚିତ ରଞ୍ଜନ ଦାସ । ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କାର ଦୃନୀତିକୁ ନେଇ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ନାଥ ମଲ୍ଲିକ କୁହନ୍ତି । ଘଟଣାର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ତେବେ ଏଠାରେ ପ୍ରଶ୍ନ ଉଠେ ଅସାଧୁ ଠିକାଦାର ଓ ପିସିଖୋର ଯନ୍ତ୍ରୀଙ୍କ ପାଇଁ ସରକାର କାହିଁକି ବଦନାମ ହେବେ ଘଟଣା ପଛରେ କିଏ ସେ ଖଳନାୟକ ଏନେଇ ସାଧାରଣ ଜନତା ଉଠାଇ ଛନ୍ତି ପ୍ରଶ୍ନ ।

---------------

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande