ଭାଲୁ ଆକ୍ରମଣରେ ଆହତଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ଜିଲ୍ଲାପାଳ
ଭାଲୁ ଆକ୍ରମଣରେ ଆହତଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ଜିଲ୍ଲାପାଳ ନୂଆପଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ଭାଲୁ ଆକ୍ରମଣରେ ଆହତ ନୂଆପଡ଼ା ବ୍ଲକ ଅନ୍ତର୍ଗତ କୋଟେନଚୁଆଁ ପଞ୍ଚାୟତର ତିଲେଇଝର ଗ୍ରାମର ରୂପସିଂ ରାଉତଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ୧୦ ହଜାର ଟଙ
Bhalu akramanakari nku sagayata


ଭାଲୁ ଆକ୍ରମଣରେ ଆହତଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

ନୂଆପଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ଭାଲୁ ଆକ୍ରମଣରେ ଆହତ ନୂଆପଡ଼ା ବ୍ଲକ ଅନ୍ତର୍ଗତ କୋଟେନଚୁଆଁ ପଞ୍ଚାୟତର ତିଲେଇଝର ଗ୍ରାମର ରୂପସିଂ ରାଉତଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ରୂପସିଂ ରାଉତଙ୍କ ପୁଅ ଯୁଗଳ ରାଉତଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଚେକ୍ ଜିଲ୍ଲାପାଳ ଶ୍ରୀ ଦାଶ ହସ୍ତାନ୍ତର କରିଥିଲେ। ଆହତ ରୂପସିଂଙ୍କ ଚିକିତ୍ସା ଖର୍ଚ୍ଚରେ ସହାୟତା ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦାଶ ରୂପସିଂଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ତାଙ୍କ ଚିକିତ୍ସା ଓ ଆବଶ୍ୟକ ସହାୟତା ସମ୍ପର୍କରେ ଧ୍ୟାନ ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande