ନୂଆପଡ଼ା ଜ଼ିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ସଡ଼କ ସୁରକ୍ଷା ନେଇ ସ୍ୱତନ୍ତ୍ର ଯାଞ୍ଚ; ୨୨ଟି ଚାଲାଣ, ପ୍ରାୟ ୪୭ ହଜାର ଟଙ୍କା ଜରିମାନା
ନୂଆପଡ଼ା ଜ଼ିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ସଡ଼କ ସୁରକ୍ଷା ନେଇ ସ୍ୱତନ୍ତ୍ର ଯାଞ୍ଚ; ୨୨ଟି ଚାଲାଣ, ପ୍ରାୟ ୪୭ ହଜାର ଟଙ୍କା ଜରିମାନା ନୂଆପଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ସଡ଼କ ସୁରକ୍ଷା ଓ ମୋଟରଯାନ ଆଇନର ଅନୁପାଳନ ସୁନିଶ୍ଚିତ କରିବା ନେଇ ଜିଲ୍ଲା
Janabahan janch nuapada


ନୂଆପଡ଼ା ଜ଼ିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ସଡ଼କ ସୁରକ୍ଷା ନେଇ ସ୍ୱତନ୍ତ୍ର ଯାଞ୍ଚ; ୨୨ଟି ଚାଲାଣ, ପ୍ରାୟ ୪୭ ହଜାର ଟଙ୍କା ଜରିମାନା

ନୂଆପଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ସଡ଼କ ସୁରକ୍ଷା ଓ ମୋଟରଯାନ ଆଇନର ଅନୁପାଳନ ସୁନିଶ୍ଚିତ କରିବା ନେଇ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ ଓ ପ୍ରବର୍ତ୍ତନ ଅଭିଯାନ କରାଯାଇଛି। ଅଭିଯାନ ସମୟରେ ପ୍ରାୟ ୫୦ରୁ ୬୦ଟି ଯାନ ଯାଞ୍ଚ କରାଯାଇଥିଲା। ବିଭିନ୍ନ ମୋଟରଯାନ ନିୟମ ଉଲ୍ଲଂଘନ ନେଇ ମୋଟ ୨୨ଟି ଚାଲାଣ କରାଯାଇ ପ୍ରାୟ ୪୭ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ସଡ଼କ ସୁରକ୍ଷା ପ୍ରତି ଜନସଚେତନତା ବୃଦ୍ଧି, ଟ୍ରାଫିକ ନିୟମ ପାଳନ ଏବଂ ଦାୟିତ୍ୱଶୀଳ ଯାନ ଚାଳନାକୁ ପ୍ରୋତ୍ସାହିତ କରିବା ନେଇ ପରିବହନ ବିଭାଗ ପକ୍ଷରୁ ଏଭଳି ଯାଞ୍ଚ ଓ ସଚେତନତାମୂଳକ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ। ଏହି ଅଭିଯାନରେ ଏମ୍ଭିଆଇ ଉପେନ୍ଦ୍ର ପୁଷିକା, ଜୁନିୟର ଏମ୍ଭିଆଇ ବିଜୟ କୁମାର ପରିଡ଼ା, ଟିଏସ୍ଆଇ ପ୍ରଳୟ ମହାନ୍ତିଙ୍କ ସମେତ ଓଡ଼ିଶା ମୋଟରଯାନ ବିଭାଗର କନଷ୍ଟେବଳ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସଦସ୍ୟ ବିଜୟ ରାଉତରାୟ, ଯଜ୍ଞସେନୀ ମହାପାତ୍ର ଓ ଘନଶ୍ୟାମ ଭୋଇ ପ୍ରମୁଖ ସାମିଲ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande