ବେଆଇନି ମଦ କାରବାର ଉପରେ ଅବକାରୀ ବିଭାଗର ଚଢ଼ାଉ
ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ଓ ସୁରା ଭିତିକ ମଦ ଜବତ କରାଯିବା ସହ ବେଆଇନ ମଦ ତିଆରି ପାଇଁ ରଖା ଯାଇଥିବା ଗୁଡ଼ ପୋଚ କୁ ନଷ୍ଟ କରାଯାଇଛି। ସୂଚନା ଥାଉକି ସହିଦନଗର ଅଞ୍ଚଳର ମୁନା ଜେନ
MADA KARABAR  ABAKARI CHADHAU


ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ଓ ସୁରା ଭିତିକ ମଦ ଜବତ କରାଯିବା ସହ ବେଆଇନ ମଦ ତିଆରି ପାଇଁ ରଖା ଯାଇଥିବା ଗୁଡ଼ ପୋଚ କୁ ନଷ୍ଟ କରାଯାଇଛି। ସୂଚନା ଥାଉକି ସହିଦନଗର ଅଞ୍ଚଳର ମୁନା ଜେନାଙ୍କ ଠାରୁ ୯.୬ ଲିଟର ଦେଶୀ ମଦ ଜବତ କରାଯାଇଛି। ପାହାଡ଼ପୁର ଅଂଚଳର ଜୟନ୍ତୀ ପୃଷ୍ଟିଙ୍କ ନିକଟରୁ ୩.୮ ଲିଟର ଆସ୍କା ୪୦' ମଦ ଜବତ ହୋଇଛି। ଦକ୍ଷିଣ କୋରୁଆ ଅଂଚଳର ପାର୍ବତୀ ଜେନାଙ୍କଠାରୁ ୫.୪ ଲିଟର ଆସ୍କା ୪୦' ମଦ ଜବତ କରାଯାଇ ଥିବା ବେଳେ ଏହା ଛଡା କପାଳୀ ନଦୀ ନିକଟରେ ଚାଲିଥିବା ମଦ ଭାଟି ଉପରେ ଚଢ଼ାଉ କରାଯାଇ ଗୁଡ଼ ପୋଚ ଏବଂ ୨୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଛି। ବେଆଇନ ମଦ ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଅଂଚଳରେ ଅବୈଧ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଏହିପରି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande