
ଜୟପୁର, ୨୩ ସେପ୍ଟେମ୍ବର (ହି.ସ.) - ଆଜି କୋରାପୁଟ ଜିଲ୍ଳା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି । ଜୟପୁର ଯାଦବ ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପରିଷଦର ସଭାପତି ଡାକ୍ତର ସୁଦର୍ଶନ ଗୌଡ଼ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ପ୍ରଶିକ୍ଷକ ମଦନ ମୋହନ ନାୟକ ଯୋଗ ଦେଇଥିଲେ । ସଂପାଦକ କବିରାଜ ପରମେଶ୍ୱର ପାତ୍ରଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ଦିବସ ଉପରେ ଡାକ୍ତର ମନୋଜ କୁମାର ବିଶ୍ୱାଳ, ଡାକ୍ତର ସନ୍ତୋଷ କୁମାର ଧଳ, ଡାକ୍ତର ତ୍ରିପତି କୁମାର ସାହୁ, ଡାକ୍ତର ହରିହର ବେହେରା, ଡାକ୍ତର ଶ୍ରୀମନ ସାହୁ ପ୍ରମୁଖ କହିଥିବା ବେଳେ କେନ୍ଦ୍ର ଏବଂ ରାଜ୍ୟ ସରକାର କିଭଳି ଗତ କିଛି ବର୍ଷ ହେବ ଆୟୁର୍ବେଦକୁ ଗୁରୁତ୍ୱ ଦେଇ ଆସୁଛନ୍ତି ସେ ସଂପର୍କରେ ଆଇନ ପରାମର୍ଶଦାତା ରାଜେନ୍ଦ୍ର କୁମାର ଗୌଡ଼ କହିଥିଲେ । ଏଥିରେ ସୂର?୍ୟ୍ୟ ନାରାୟଣ ମିଶ୍ର, ଜବାହର ଲାଲ୍ ଜେନା, ଶ୍ରୀରାମ ଗୌଡ଼, ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ସହ ସଂପାଦକ ସତ୍ୟ ନାରାୟଣ ପରିଛା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଭାପତି ଡାକ୍ତର ଗୌଡ଼ ଜୟପୁର ଠାରେ ଏକ ଆୟୁର୍ବେଦ ମହାବିଦ୍ୟାଳୟ ପ୍ରତିଷ୍ଠା ନେଇ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ପ୍ରସ୍ତାବ ଆଗତ କରିଥିବା ବେଳେ ସମସ୍ତେ ଏହାକୁ ସମର୍ଥନ ଘୋଷଣା ସହ ଆଗାମୀ ଦିନରେ ଏ ସଂପର୍କରେ ଯୁକ୍ତି ରଖିବାକୁ ମତ ପ୍ରକାଶ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି