
ଘଟଗାଁ , ୨୩ ସେପ୍ଟେମ୍ବର (ହି.ସ.) ଘଟଗାଁ ବସ ଷ୍ଟାଣ୍ଡାରେ ବସ ଛିଡା ନକରି ବଙ୍ଗଳା ଛକରେ ଛିଡା କରି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି ଘରୋଇ ବସ। ଯାହା ଫଳରେ ତୀର୍ଥ ଯାତ୍ରୀ ଆମ୍ବୁଲାନ୍ସ ଅନ୍ୟାନ୍ୟ ଘରୋଇ ଗାଡି ଗୁଡିକ ଯିବାରେ ସମସ୍ୟା ହେଉଛି। ସୂଚନା ଥାଉକି ଘଟଗାଁରେ ଦୁଇଟି ବସ ଷ୍ଟାଣ୍ଡ ଥିଲେ ସୁଧା ବସ ଗୁଡିକ ଷ୍ଟାଣ୍ଡ ଭିତରୁ ବାହାରି ସିଧା ଯିବା ପରିବର୍ତ୍ତେ ବଙ୍ଗଳା ଛକରେ ଛିଡା କରି ଯାତ୍ରୀ ଉଠାଉଥିବା ଯୋଗୁ ଅନେକ ସମୟ ବଙ୍ଗଳା ଛକରେ ଟ୍ରାଫିକ ସମସ୍ୟା ଉପୁଜୁଛି। ଯାହା ଫଳରେ ଆମ୍ବୁଲାନ୍ସ ରୋଗୀ ନେଇ ଯିବା ଆସିବାରେ ବାଧା ସୃଷ୍ଟି ହେବା ସହ ତୀର୍ଥ ଯାତ୍ରୀ ମାନେ ତାରିଣୀ ଦର୍ଶନ ସାରି ଗୁଣ୍ଡିଚା ଘାଗୀ ବୁଲିବାକୁ ଯିବାରେ ମଧ୍ୟ ସମସ୍ୟା ଦେଖା ଯାଉଛି। ଉକ୍ତ ଛକ ଦେଇ ବ୍ଲକ କାର୍ଯ୍ୟାଳୟ, ମୃତ୍ତିକା ସଂରକ୍ଷଣ ଅଫିସ, ସ୍ୱାସ୍ଥ୍ୟ କେନ୍ଦ୍ର ଇତ୍ୟାଦିକୁ ସାଧାରଣ ଲୋକ ଯିବା ଆସିବାରେ ଅସୁବିଧା ସମୁଖୀନ ହେଉଛନ୍ତି। ସମସ୍ୟା ଭିତରେ ଟ୍ରାଫିକ ସମସ୍ୟାକୁ ଆହୁରି ଜଟିଳ କରୁଛନ୍ତି ମନ୍ଦିର ପାଚେରୀ କଡରେ ବସୁଥିବା କିଛି ଉଠା ଦୋକାନୀ ଓ ଗୁପଚୁପ ବ୍ୟବସାୟୀ।ପୁଲିସ ପ୍ରଶାସନର ନୀରବତା ଅବହେଳା ଯୋଗୁ ଏଭଳି ହେଉଥିବା ସାଧାରଣରେ ଆଲୋଚନା ହେଉଛି।ପୁଲିସ ପ୍ରଶାସନ ତୁରନ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ ଟ୍ରାଫିକ ସମସ୍ୟା ଦୂର କରିବାକୁ ଜନ ସାଧାରରେ ଦାବୀ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ