ରୁଫଟପ୍ ସୋଲାର ପାଇଁ ସଚେତନତା ବଢ଼ାଇବ ‘ସୋଲାର ରଥ’
Awareness cart for roop top solar
ରୁଫ୍ଟପ୍ ସୋଲାର ପାଇଁ ସଚେତନତା ବଢ଼ାଇବ ‘ସୋଲାର ରଥ’


ଝାରସୁଗୁଡ଼ା, 23 ସେପ୍ଟେମ୍ବର (ହି.ସ.) ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ରୁଫ୍ଟପ୍ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାରେ ‘ସୋଲାର ରଥ’ ମାଧ୍ୟମରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସବୁଜ ପତାକା ଦେଖାଇ ‘ସୋଲାର ରଥ’ର ଶୁଭାରମ୍ଭ କରିଥିଲେ। ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ପ୍ରଥମେ ସମ୍ବଲପୁରରେ ଶୁଭାରମ୍ଭ ହୋଇଥିଲା। ସେଠାରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦ୍ଘାଟନ କରିଥିଲେ। ପରେ ଏହି ରଥ ବରଗଡ଼ ଜିଲ୍ଲାରେ ପହଞ୍ଚିବା ପରେ ଏବେ ଝାରସୁଗୁଡ଼ାରେ ପ୍ରବେଶ କରିଛି। ‘ସୋଲାର ରଥ’ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପିଏମ୍ ସୂର୍ଯ୍ୟ ଘର ଯୋଜନା, ରୁଫ୍ଟପ୍ ସୋଲାର ବ୍ୟବସ୍ଥା, ଏହାର ସୁବିଧା ଓ ଯୋଜନାରେ ଉପଲବ୍ଧ ସହାୟତା ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯିବ। ଏହାଦ୍ୱାରା ଅଧିକ ଲୋକ ରୁଫ୍ଟପ୍ ସୋଲାର ଗ୍ରହଣ କରିବାକୁ ଆଗ୍ରହୀ ହେବେ ବୋଲି ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande