
ଗଂଜାମ, 23 ସେପ୍ଟେମ୍ବର (ହି.ସ.)ଗତକାଲି ରାତିରୁ ସମଗ୍ର ଗଞ୍ଜାମ ଜିଲ୍ଲାରେ ବର୍ଷା ଲାଗି ରହିଛି। କ୍ରମଶଃ ବର୍ଷା ଘନିଭୂତ ହୋଇ ବର୍ଷା ପରିମାଣ ବୃଦ୍ଧି ପାଇଵାରେ ଲାଗିଛି। ନଈକୂଳିଆ ଓ ଖାଲୁଆ ଅଞ୍ଚଳ ଗୁଡିକୁ ପ୍ରଶାସନିକ ଅଧିକାରୀ ମାନେ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବନ୍ୟା ହେଲେ କିମ୍ବା ଖାଲୁଆଅଞ୍ଚଳର ପାଣିଜମିଲେ ସେହି ଅଞ୍ଚଳର ଲୋକ ମାନଙ୍କୁ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରିବା ପାଇଁ ଏହି ଆଶ୍ରୟସ୍ଥଳିଗୁଡିକୁ ସଜାଡି ରଖାଯାଇଛି। ଗତକାଲି ଠାରୁ ଵନ୍ଯା ଲାଗି ରହିବା ଫଳରେ ବ୍ରହ୍ମପୁର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗାନ୍ଧୀ ନଗର ଓ ଫାଷ୍ଟଗେଟ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷି ଜଳ ପ୍ଲାବିତ ହେଉଛି। ସରକାରୀ କର୍ମଚାରୀ,ଆଶା,ସ୍ବାସ୍ଥ୍ଯକର୍ମୀ, ଅଙ୍ଗନୱାଡି କର୍ମୀ ମାନେ ନିଜ ନିଜ ଅଞ୍ଚଳରେ ସଜାଗ ରହି ବର୍ଷା ଓ ଆସନ୍ନ ବନ୍ୟା ମୁକାବିଲା ସହ ବିପନ୍ନଙ୍କୁ ସହାୟତା ଯୋଗାଇ ପାଇଁ ପ୍ରସ୍ଥୂତ ହୋଇ ରହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ