ଧୁରପଦାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଦମ୍ପତି ମୃତ
କେନ୍ଦୁଝର, ୨୩ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୁରପଦା ଠାରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ବାଇକକୁ ଏକ ଟ୍ରକ୍ ଧକ୍କା ଦେବାରୁ ଦୁଇଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଧୁରପଦା ନିକଟରେ ବାଇକ୍ରେ ଦମ୍ପତି ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କ
Road accident


କେନ୍ଦୁଝର, ୨୩ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଧୁରପଦା ଠାରେ ଘଟିଛି ଏକ ଭୟାବହ ସଡ଼କ ଦୁର୍ଘଟଣା। ବାଇକକୁ ଏକ ଟ୍ରକ୍ ଧକ୍କା ଦେବାରୁ ଦୁଇଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଧୁରପଦା ନିକଟରେ ବାଇକ୍ରେ ଦମ୍ପତି ଯାଉଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ମୃତକ ଦୁଇଜଣଙ୍କ ପରିଚୟ ଏଯାଏଁ ମିଳିପାରିନଥିବା ବେଳେ ବାଇକ୍ ନମ୍ୱର ଓଆର ୦୯ପି ୪୪୭୩ ରୁ ଜଣାପଡିଛି ଗାଡିଟି ତେଲକୋଇ ବ୍ଲକ ଜଗମୋହନ ଅଂଚଳର ବୋଲି।

ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତକଙ୍କ ପରିଚୟ ଜାଣିବାକୁ ଉଦ୍ୟମ ଚଳାଇଛି। ଅନ୍ୟପଟେ, ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଫେରାର ଥିବା ବେଳେ ପୋଲିସ ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande