ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ନୂଆପଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଗତ ୧୦ ସେପ୍ଟେମ୍
Sadak Suraksha kamiti


ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ନୂଆପଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବୈଠକ ଆରମ୍ଭରେ ଗତ ୧୦ ସେପ୍ଟେମ୍ବରରେ ସଡ଼କ ଦୁର୍ଘଟଣାରେ ଆହତ ପିପଲଚେଣ୍ଡି ଗ୍ରାମର ୨୯ ବର୍ଷୀୟ ତୁକେଶ ବାଗଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିବାରୁ ଜିଲ୍ଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ‘ଗୁଡ୍ ସମାରିଟାନ୍’ ଭାବେ ସମ୍ମାନିତ କରାଯାଇଥିଲା।

ଅଧିକ୍ଷଣ ଯନ୍ତ୍ରୀ, ଆର୍ ଆଣ୍ଡ ବି, ଖଡ଼ିଆଳ ଶଶାଙ୍କ ଶେଖର ଶୁକ୍ଲା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର କାର୍ଯ୍ୟସୂଚୀ ଓ ପୂର୍ବ ବୈଠକର ଅନୁପାଳନ ରିପୋର୍ଟ ଉପସ୍ଥାପନ କରିଥିଲେ।

ଜିଲ୍ଲାପାଳ ରାସ୍ତାର ଖାଲଖମାକୁ ସଡ଼କ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ ଭାବେ ଉଲ୍ଲେଖ କରି, ଏହାର ତ୍ୱରିତ ମରାମତି କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଭାରୀ ଯାନବାହନର କଟକଣା ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ RTOଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଅଗଷ୍ଟ ୨୦୨୬ରେ ମୋଟ ୧,୬୩୪ଟି ଇ-ଚାଲାଣ ଜାରି କରାଯାଇ ୧୯,୭୧,୫୩୩ ଟଙ୍କା ଜରିମାନା ଆଦାୟ ହୋଇଥିଲା। ଏଥିରେ ହେଲମେଟ୍ ବିନା ଗାଡ଼ି ଚଳାଇବା ପାଇଁ ୬୩୩ଟି ଚାଲାଣ ଓ ୭୫,୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିଲା।

ଏହାସହ ଅଟଳ ବସ୍ଷ୍ଟାଣ୍ଡ ସମ୍ପର୍କିତ ନୋଡାଲ୍ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ନୂଆପଡ଼ା ବସ୍ଷ୍ଟାଣ୍ଡର ଡର୍ମିଟୋରୀକୁ ଏନ୍ଏସି ପକ୍ଷରୁ ପରିଚାଳନା କରିବା ସହ ପ୍ରତ୍ୟେକ ଶୁକ୍ରବାର ସକାଳ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବସ୍ଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଥିଲା।

ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୂର୍ମୀ ସୋରେନ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥି, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande