ସମାଜସେବୀ ଗଣେଶ ମେକାପଙ୍କ ପରଲୋକ
କେନ୍ଦ୍ରାପଡ଼ା, ୨୩ ସେପ୍େଟମ୍ବର (ହି.ସ.) : କେନ୍ଦ୍ରାପଡା ପୈାରାଂଚଳର ୧ନଂ ୱାର୍ଡ ଇଛାପୁର ଗ୍ରାମର ବାସିନ୍ଦା ତଥା ସମାଜସେବୀ ଗଣେଶ ପ୍ରସାଦ ମେକାପଙ୍କ ହୃଦଘାତରେ ଆକସ୍ମିକ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପ୍ରାରମ୍ଭିକ ଜୀବନରେ ବ୍ୟାଙ୍କରେ ଚାକିରୀ କରିବା ସହ ବିଭ
---------------ସମାଜସେବୀ ଗଣେଶ ମେକାପଙ୍କ ପରଲୋକ


କେନ୍ଦ୍ରାପଡ଼ା, ୨୩ ସେପ୍େଟମ୍ବର (ହି.ସ.) : କେନ୍ଦ୍ରାପଡା ପୈାରାଂଚଳର ୧ନଂ ୱାର୍ଡ ଇଛାପୁର ଗ୍ରାମର ବାସିନ୍ଦା ତଥା ସମାଜସେବୀ ଗଣେଶ ପ୍ରସାଦ ମେକାପଙ୍କ ହୃଦଘାତରେ ଆକସ୍ମିକ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପ୍ରାରମ୍ଭିକ ଜୀବନରେ ବ୍ୟାଙ୍କରେ ଚାକିରୀ କରିବା ସହ ବିଭିନ୍ନ ସାମାଜିକ କ୍ଷେତ୍ରରେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ । ଆଜି ମଧ୍ୟାହ୍ନ ୧୨ଟା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତି ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ପରଲୋକ ହୋଇଯାଇଛ । ଖବରପାଇ ତାଙ୍କର ସହପାଠୀ ତଥା ବିଧାୟକ ଗଣେଶ୍ୱର ବେହେରା ଡାକ୍ତରଖାନା ରେ ପହଁଚିବା ସହ ତାଙ୍କ ମର ଶରୀରକୁ କେନ୍ଦ୍ରାପଡାକୁ ଆଣିବା ପାଇଁ ଉଦ୍ୟମ କରିଥିଲେ । ତାଙ୍କ ମର ଶରୀର ସହିତ ବିଧାୟ ଶ୍ରୀ ବେହରା, ନିରଞ୍ଜନ ପରିଡା ପ୍ରମୁଖ କେନ୍ଦ୍ରାପଡାରେ ପହଁଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ।

--------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande