ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ଆଜି ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ବଳରାମ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ମୁ
YOUTH CONGRESS MEETING AT BHADRAK


ଭଦ୍ରକ, ୨୩ ସେପ୍ଟେମ୍ବର (ହି.ସ.) - ଆଜି ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ବଳରାମ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ମୁଖ୍ୟଅତିଥି, ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ରିୟାନା ରାଜୁ, ବରେଣ୍ୟ ଅତିଥି ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ସମ୍ମାନିତ ଅତିଥିଭାବେ ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ରାଜ୍ୟ ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା, ପ୍ରଦ୍ୟୁମ୍ନ ଦାସ, ରାଜେନ୍ଦ୍ର ପଣ୍ଡା, ପୀତବାସ ଧଳ, ଶର୍ମିଷ୍ଠା ପଣ୍ଡା, ଅବଦୁଲ ମୋକିତ ଖାଁ, ହରିହର ମଣ୍ଡଳ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ମୁଖ୍ୟ ଅତିଥି ରାଜ୍ୟ ଯୁବ ସଭାପତି ରଂଜିତ ପାତ୍ର ଓ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବଳରାମ ରାଉତ ତାଙ୍କ ବକ୍ତବ୍ୟରେ ଭଦ୍ରକ ଜିଲ୍ଲାର ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ଓ ଭଦ୍ରକ ବିଶ୍ୱବିଦ୍ୟାଳୟ ଓ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିର୍ବାଚନୀ ସମୟରେ ପ୍ରତିଶୃତି ଦେଇଥିଲେ ତାହା ଆଜି ପାଣିର ଗାର ପାଲଟିଛି । ଏହା ବିରୁଦ୍ଧରେ ଆଗାମୀ ଦିନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭଦ୍ରକ ଜିଲ୍ଲା ଗ୍ରସ୍ତ ସମୟରେ ଯୁବ କଂଗ୍ରେସ ତରଫରୁ ଘୋର ବିରୋଧ କରାଯିବ । ଦେଶର ଯୁବକମାନେ ଭବିଷ୍ୟତ, ଆଜି କେନ୍ଦ୍ର ଓ ରାଜ୍ୟ ସରକାର ଯୁବକ/ଛାତ୍ର ମାନଙ୍କ ଭବିଷ୍ୟତକୁ ଅନ୍ଧାର ମ୍ମକୁ ଠେଲି ଦେଉଛି । ନିଟ୍ ପ୍ରଶ୍ନପତ୍ର ଲିକ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଓଡିଶାର ପାଠ୍ୟ ପୁସ୍ତକର ତ୍ରୁଟିକୁ ନେଇ ରାଜ୍ୟ ସରକାରଙ୍କ ଅପାରଗତାକୁ ଭର୍ସନା କରିଥିଲେ । ସେହିପରି ଆଗାମୀ ଦିନରେ ରାଜ୍ୟର ଯୁବକଂଗ୍ରେସ ଡବଲ ଇଞ୍ଜିନି ସରକାରକୁ ଉଚିତ ଜବାବ ଦେବ ବୋଲି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର ବକ୍ତବ୍ୟ ଦେବା ସହ ଜିଲ୍ଲାର ଯୁବ କଂଗ୍ରେସକୁ ତୃଣମୂଳ ସ୍ତରରେ ସୁଦୃଢ କରାଯିବାକୁ କାର୍ଯ୍ୟକାରିଣୀ ବୈଠକରେ ଆହ୍ୱାନ ଦେଇଥିଲେ । ଆୟୋଜିତ ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ବିଦ୍ୟାଧର ଜେନା,ବିଜୟ ବାରିକ,ରଞ୍ଜନ ଜେନା, ମନୋଜ ମଲ୍ଲିକ, ଗୟାଧର ସେଠୀ,କାଉନସିଲର ସାହିଲ କାଦ୍ରି,ଗୋଲାମ ମଇଉଦିନ,ଏନ୍ମୁଲ ହକ ଭଦ୍ରକ ଯୁବକଂଗ୍ରେସ ନେତା ସୂର୍ଯ୍ୟପ୍ରକାଶ ମହାନ୍ତି, ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ନେତା ଇଲିଆସ ଅଲ୍ଲୀ ଖାଁ, ରିଆଜ୍ ଖାଁ, ନଫିଜ୍ ଖାଁ, ବାସୁଦେବପୁର ଯୁବ କଂଗ୍ରେସ ସଭାପତି ସିଦ୍ଧାର୍ଥ ଦାସ ଓ ସୁଶାନ୍ତ ମହାକୁଡ଼, ଧାମନଗର ନିର୍ବାଚନୀ ମଣ୍ଡଳୀ ଯୁବକଂଗ୍ରେସ ନେତା ଆଲୋକ ସ୍ୱାଇଁ , ଚନ୍ଦ୍ରକାନ୍ତ ବାରିକ୍, ବନ୍ତ ବ୍ଲକ ଯୁବକଂଗ୍ରେସ ସନ୍ଦୀପ ଜେନା, ନିରଞ୍ଜନ ନାୟକ, ସମ୍ବିଦ୍ ଦାସ, ଚାନ୍ଦବାଲି ଯୁବ କଂଗ୍ରେସ ନେତା ପୃଥିରାଜ ନାୟକ, ଭଣ୍ଡାରୀ ପୋଖରୀ ବିଧାନସଭା ଯୁବ କଂଗ୍ରେସ ସଭାପତି ସାୟଦ ସିଦ୍ଧିକ୍ ବାସୁଦେବ ପୁର ନଗର ସଭାପତି ସୁଶାନ୍ତ ମହାକୁଡ଼ଙ୍କ ସମେତ ୫ ଗୋଟି ବିଧାନସଭା ଓ ୭ଗୋଟି ବ୍ଲକ , ଭଦ୍ରକ ମ୍ୟୁନିସ୍ପାଲିଟ୍, ବାସୁଦେବପୁର ମ୍ୟୁନିସ୍ପାଲିଟ୍ ହଜାର ରୁ ଉର୍ଦ୍ଧ ଯୁବ କଂଗ୍ରେସର କର୍ମୀ ମାନେ ଯୋଗ ଦେଇ ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ୱରଉତୋଳନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande