
ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ହି.ସ.)-ଜ୍ଞାନୋଦୟ' - ଶିକ୍ଷାରୁ ସମୃଦ୍ଧି (କେଜିରୁ ପିଜି ନିଃଶୁଳ୍କ ଶିକ୍ଷା) ଯୋଜନା ଅଧୀନରେ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଦ୍ୱିତୀୟ କିସ୍ତିର ୧୫% ବାବଦ ୧୪.୩୪ କୋଟି ଟଙ୍କା ଅର୍ଥରାଶି ସାମସ୍ ମାଧ୍ୟମରେ ସିଧାସଳଖ ପ୍ରଦାନ କରାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏହାପୂର୍ବରୁ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଥମ କିସ୍ତିର ୧୦% ବାବଦ ୯.୫୬ କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା
ଆଗାମୀ ଦିନରେ ଜ୍ଞାନୋଦୟ' ଯୋଜନା ଅଧୀନରେ ରହିଥିବା ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ତୃତୀୟ କିସ୍ତି (୨୫%), ଚତୁର୍ଥ କିସ୍ତି (୨୫%) ଓ ପଂଚମ କିସ୍ତି (୨୫%) ବାବଦରେ ଅର୍ଥରାଶି ପ୍ରଦାନ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା