ପୌର ନିର୍ବାଚନ: ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ ସମୟସୂଚୀ
ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ହି.ସ.)-ଆଗାମୀ ପୌର ନିର୍ବାଚନ ପାଇଁ ୱାର୍ଡ ପୁନର୍ଗଠନ/ବିଭାଜନ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ ସମୟସୂଚୀ ଜାରି ହୋଇଛି । ଏହି ସମୟସୂଚୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ସମେତ ବୌଦ
ପୌର ନିର୍ବାଚନ: ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ ସମୟସୂଚୀ


ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ହି.ସ.)-ଆଗାମୀ ପୌର ନିର୍ବାଚନ ପାଇଁ ୱାର୍ଡ ପୁନର୍ଗଠନ/ବିଭାଜନ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ ସମୟସୂଚୀ ଜାରି ହୋଇଛି ।

ଏହି ସମୟସୂଚୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ସମେତ ବୌଦ୍ଧ ଜିଲ୍ଲାକୁ ବାଦ ଦେଇ ୯୯ଟି ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ପ୍ରଯୁଜ୍ୟ ହେବ ।ଚାରି ମହାନଗର ନିଗମ ସମ୍ପର୍କରେ ସମ୍ପୃକ୍ତ କମିଶନରମାନେ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ସମ୍ପର୍କିତ ତଥ୍ୟ ନିର୍ଦ୍ଧାରିତ ଫର୍ମ-୧ ଓ ଫର୍ମ-୨ ସହ ସ୍କେଚ୍ ମ୍ୟାପ୍ ଆକାରରେ ଅକ୍ଟୋବର ୮ ସୁଦ୍ଧା ବିଭାଗକୁ ଦାଖଲ କରିବେ। ସରକାରଙ୍କ ପକ୍ଷରୁ ଚିଠା ବିଜ୍ଞପ୍ତି ଅକ୍ଟୋବର ୨୨ରେ ପ୍ରକାଶ ପାଇବ ଏବଂ ଆପତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ଅକ୍ଟୋବର ୩୧ ରହିଛି ।

ସେହିପରି, ୯୯ଟି ପୌରପାଳିକା ଓ ଏନ୍ ଏ ସି ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନେ ଅକ୍ଟୋବର ୧୨ରେ ଚିଠା ବିଜ୍ଞପ୍ତି ପ୍ରକାଶ କରି ଆପତି ଓ ପ୍ରସ୍ତାବ ଆହ୍ୱାନ କରିବେ । ଏଥିପାଇଁ ଅକ୍ଟୋବର ୨୧ ଶେଷ ତାରିଖ । ଅକ୍ଟୋବର ୨୮ରେ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପରେ ଏହା ବିରୋଧରେ ଅକ୍ଟୋବର ୨୮ରୁ ନଭେମ୍ବର ୧୧ ମଧ୍ୟରେ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଅପିଲ୍ କରାଯାଇପାରିବ ।

ଜିଲ୍ଲାପାଳମାନେ ଅପିଲ୍ ଆବେଦନ ଓ ନିଜର ମତାମତ ନଭେମ୍ବର ୧୨ ସୁଦ୍ଧା ନିର୍ଦ୍ଦେଶକ, ପୌର ପ୍ରଶାସନଙ୍କ ନିକଟକୁ ପଠାଇବେ। ଅପିଲ୍ ର ଶୁଣାଣି ଓ ଚୂଡ଼ାନ୍ତ ନିଷ୍ପତି ନଭେମ୍ବର ୧୮ରୁ ୨୫ ମଧ୍ୟରେ କରାଯିବ । ଆବଶ୍ୟକ ସଂଶୋଧନ ପରେ ଚୂଡ଼ାନ୍ତ ବିଜ୍ଞପ୍ତି ନଭେମ୍ବର ୩୦, ୨୦୨୬ରେ ପ୍ରକାଶ ପାଇବ ।

ପୌର ନିର୍ବାଚନ ପ୍ରସ୍ତୁତିକୁ ସମୟବଦ୍ଧ ଭାବେ ସମ୍ପନ୍ନ କରିବା ପାଇଁ ସମ୍ପୃକ୍ତ ମହାନଗର ନିଗମ କମିଶନର, ଜିଲ୍ଲାପାଳ ଓ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ସଂଶୋଧିତ ସମୟସୂଚୀକୁ କଡ଼ାକଡ଼ିରେ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande