ଅକ୍ଟୋବର ୨୭ରୁ ଦ୍ୱିତୀୟ ସର୍ବଭାରତୀୟ ବାଳିକା ୫ଏ ସାଇଡ୍ ହକି ପ୍ରତିଯୋଗିତା
2nd all india hockey tournament
ଅକ୍ଟୋବର ୨୭ରୁ ଦ୍ୱିତୀୟ ସର୍ବଭାରତୀୟ ବାଳିକା ୫ଏ ସାଇଡ୍ ହକି ପ୍ରତିଯୋଗିତା


ଝାରସୁଗୁଡ଼ା,୨୪ ସେପ୍େଟମ୍ବର (ହି.ସ.) ଝାରସୁଗୁଡ଼ା ହକି ଆସୋସିଏସନ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କଂଟାପାଲି ସ୍ଥିତ ହକି କାର୍ଯ୍ୟାଳୟ ରେ ଗୁରୁବାର ଶିକ୍ଷାବିତ ତପନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଷ୍ପତି ନିଆଯାଇଛି ଯେ ଆସନ୍ତା ଅକ୍ଟୋବର ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ସର୍ବଭାରତୀୟ ୧୭ ବର୍ଷରୁ କମ୍ ୫-ଏ ସାଇଡ୍ ବାଳିକା ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତରପ୍ରଦେଶ ଓ ସେଲ୍ ହକି ଏକାଡେମୀ ଭଳି ଦଳଗୁଡ଼ିକୁ ଆମନ୍ତ୍ରଣ କରାଯାଇଛି।

ବେଦାନ୍ତ ଆଲୁମିନିୟମର ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଏଥର ଟର୍ଫ ପଡ଼ିଆ ଉପଲବ୍ଧ ଥିବାରୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ବିଜେତା ଦଳକୁ ୫୦ ହଜାର, ଦ୍ୱିତୀୟ ସ୍ଥାନକୁ ୩୫ ହଜାର, ତୃତୀୟ ସ୍ଥାନକୁ ୧୫ ହଜାର ଓ ଚତୁର୍ଥ ସ୍ଥାନକୁ ୧୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ପ୍ରତିଯୋଗିତାର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିବା ସଂପାଦକ ଜୀବନ ମହାନ୍ତି ପ୍ରକାଶ କରିଛନ୍ତି।ଏହା ସହିତ ଜିଲ୍ଲାର ୪୦ଟି ସ୍କୁଲର ସବ୍-ଜୁନିୟର, ଜୁନିୟର ବର୍ଗ ଏବଂ କ୍ଲବ୍ ପ୍ରତିଯୋଗିତା ଆୟୋଜନ ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି। ଏହି ବୈଠକରେ ପ୍ରଜ୍ୱଲ ପଟେଲ, ଶାନ୍ତି ନାଏକ, ସିମୋନ ବାରୁଆ, ସଙ୍ଗୀତା ରୋଜ୍ କୁଲୁ, କ୍ଲେମେଂଟ ରୋନାଲ୍ଡ, ସୁମାନ ସିଂହ, ଗଣେଶ ନାଏକ, ପ୍ରତିଭା ମହାପାତ୍ର, ମାନସ ଆଚାର୍ଯ୍ୟ, ନାରାୟଣ ତମାଙ୍ଗ, ପ୍ରଫୁଲ୍ଲ କୁଲୁ, ସକୁନ୍ଦ ନାଏକ ଓ ଡିଫୋର ଟେଟେ ପ୍ରମୁଖ ଉପସ୍ଥିତ ଥିଲେ।

-----------------

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande