ଯୁବ ସ୍ୱାଭିମାନ ଟ୍ରଷ୍ଟର ମେଗା ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଯୁବ ସ୍ୱାଭିମାନ ଟ୍ରଷ୍ଟର ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତା ଅକ୍ଟୋବର ୨ ତାରିଖରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ। ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ତୁଣୁପୁର ସର
ଯୁବସ୍ୱାଭିମାନ ଟ୍ରଷ୍ଟରରକ୍ତଦାନ ଶିବିର ପ୍ରସ୍ତୁତିବୈଠକ ।


କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଯୁବ ସ୍ୱାଭିମାନ ଟ୍ରଷ୍ଟର ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତା ଅକ୍ଟୋବର ୨ ତାରିଖରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ। ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ତୁଣୁପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଏହି ଶିବିର ଆୟୋଜିତ ହେବ।

ଏହି ଉପଲକ୍ଷେ ଟ୍ରଷ୍ଟ ସଭାପତି ଇଂ. ସ୍ମୃତି ରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପ୍ରତିଷ୍ଠା ଦିବସରେ ଆୟୋଜିତ ଏହି ଶିବିରରେ ଅନ୍ୟୁନ ୩୦୦ ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

କଟକ ଏସ୍‌ସିବି ବ୍ଲଡ୍‌ ବ୍ୟାଙ୍କ ଏବଂ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ବ୍ଲଡ୍‌ ବ୍ୟାଙ୍କର ମିଳିତ ସହଯୋଗରେ ରକ୍ତଦାନ ଶିବିର ପରିଚାଳିତ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଏଥିସହିତ ବନ୍ଧୁମିଳନ କାର୍ଯ୍ୟକ୍ରମ ସହ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯିବ ବୋଲି ସଭାପତି ଶ୍ରୀ ଜେନା କହିଥିଲେ।

କାର୍ଯ୍ୟକ୍ରମକୁ ସୁଚାରୁରୂପେ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ସଦସ୍ୟମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଟ୍ରଷ୍ଟ ସମ୍ପାଦକ ମନୋଜ ଓଝା ସଂଗଠନର ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ସାଂଗଠନିକ ବିବରଣୀ ଉପସ୍ଥାପନ କରିଥିଲେ।

ଟ୍ରଷ୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସମାଜକଲ୍ୟାଣମୂଳକ ପଦକ୍ଷେପ ଏବଂ ଦୁଃସ୍ଥ ଓ ଅସହାୟ ଲୋକଙ୍କୁ ପ୍ରଦାନ କରାଯାଇଥିବା ସହାୟତା ସମ୍ପର୍କରେ ଉପଦେଷ୍ଟା ଇଂ. ଅକ୍ଷୟ କୁମାର ପାଣି ସୂଚନା ଦେଇଥିଲେ।

ଜିଲ୍ଲାସ୍ତରରେ ସଂଗଠନକୁ ଅଧିକ ସକ୍ରିୟ ଓ କ୍ରିୟାଶୀଳ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନେଇ ଉପଦେଷ୍ଟା ପ୍ରତାପ କୁମାର ନାୟକ, ରମଣୀ ରଞ୍ଜନ ରାଉତରାୟ, ସନ୍ତୋଷ ବରାଳଙ୍କ ସମେତ ସୁରେନ୍ଦ୍ର ଜେନା, ମାନସ ପ୍ରଧାନ, ସୁରେଶ ପୃଷ୍ଟି, ସନ୍ଦୀପ ବେହେରା, ଅମରେନ୍ଦ୍ର ଦାସ, ଜୟପ୍ରକାଶ ସ୍ୱାଇଁ, ବାପୁନି ବେହେରା ଓ ଗୀତିରଞ୍ଜନ ସାହୁ ପ୍ରମୁଖ ମତବ୍ୟକ୍ତ କରିଥିଲେ।

ବୈଠକରେ ଟ୍ରଷ୍ଟର ବିଭିନ୍ନ ଜୋନ୍‌ରୁ ବହୁ ସଂଖ୍ୟକ ସଦସ୍ୟ ଯୋଗଦେଇ ମେଗା ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ସକ୍ରିୟ ଭୂମିକା ନେବାକୁ ସଂକଳ୍ପ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande