ବୁର୍ଲା ଗଜଲକ୍ଷ୍ମୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି
ବୁର୍ଲା ଗଜଲକ୍ଷ୍ମୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି
ବୁର୍ଲା ଗଜଲକ୍ଷ୍ମୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି


ସମ୍ବଲପୁର, ୨୪, ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ସହର ସଂଲଗ୍ନ ବୁର୍ଲାରେ ହେଉଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ପାଇଁ କମିଟିର ନୂତନ କର୍ମକର୍ତାଙ୍କୁ ଘୋଷଣା କରାଯାଇଛି । ଏଥି ସହିତ ପୂଜା ଉତ୍ସବକୁ ଦିବ୍ୟ ଭବ୍ୟ ଓ ବିଶାଳ ଭାବରେ କିଭଳି ସମ୍ପନ୍ନ କରାଯିବ ସେ ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହା ସହିତ ମୁଖ୍ୟ ଉପଦେଷ୍ଟା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ସମ୍ବଲପୁରରୁ ବାହାର ଅତିଥି ମାନଙ୍କୁ ନିମନ୍ତ୍ରଣ ପାଇଁ ଅନୁରୋଧ କରାଯାଇଛି ।

ଚଳିତ ବର୍ଷ ବୁର୍ଲା ଗଜଲକ୍ଷ୍ମୀ ପୂଜା କମିଟିରେ ନୂତନ ସଭାପତି ଭାବେ ଉମେଶ ଚନ୍ଦ୍ର ବଳ, ଉପ-ସଭାପତି ପ୍ରଦୀପ ପଣ୍ଡା, ସନ୍ତୋଷ ପାତ୍ର, ରଶ୍ମି ସାହୁ, ସମ୍ପାଦକ ଭାବରେ ବିଜୟ କୁମାର ପ୍ରଧାନ, ଯୁଗ୍ମ ସହ-ସମ୍ପାଦକ ସନ୍ତୋଷ ପରିଡା, ବାଦଲ ପାତ୍ର, ଯୁଗ୍ମ କୋଷାଧ୍ୟକ୍ଷ ଗୋପାଳ ପ୍ରଧାନ, ସୁବ୍ରତ ସାମଲ ମନୋନୀତ ହୋଇଛନ୍ତି। ନୂତନ ଉପଦେଷ୍ଟା ମଣ୍ଡଳୀରେ ମନୋଜ ନନ୍ଦ, ପ୍ରଦୀପ ଦାଶ, ଦିଗାମ୍ବର ବିଶ୍ୱାଳ, ସୁରେଶ ପଣ୍ଡା, ପ୍ରେମାନନ୍ଦ ଷଣ୍ଢ, ଜ୍ୟୋତି ମହାପାତ୍ର ଓ ସୁଶୀଲ ବଡ଼ପଣ୍ଡା ରହିଛନ୍ତି । ସେହିପରି ଲିଗାଲ୍ ଉପଦେଷ୍ଟା ଭାବେ ଅର୍ଜୁନ ପଟ୍ଟନାୟକ ଓ ମୁକୁଳ ଦାଶଙ୍କୁ ମନୋନୀତ କରାଯାଇଛି । କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ରାମ ଆପଟ,

ନିଲୁ ଆଚାର୍ଯ୍ୟ, ସର ପଟ୍ଟନାୟକ, ରଞ୍ଜନ ମହାପାତ୍ର, ଚିତ ବାରିକ, ଟିଟୁ ସାମଲ, ଟୁଲୁ ସେଠୀ, ଶିବ ସାହୁ, ରାଜା ପାତ୍ର, ଚିଂଟୁ ପ୍ରଧାନ, ସରୋଜ ଦୀପ, ବୁଲୁ ଆପଟ, ସଂଗ୍ରାମ ସାମନ୍ତରାୟ, ଜୟ ଶିକା, ଗୋବିନ୍ଦ ଆପଟ, ପରୀ ବିଶ୍ୱାଳ ଓ ସୂର?୍ୟ୍ୟକାନ୍ତ ବାରିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande