ଚିଲିକା ଅଶାନ୍ତ ହ୍ରଦ, ଡ଼ଙ୍ଗା ଚଳାଚଳ ବନ୍ଦ
ଖୋର୍ଦ୍ଧା, ୨୪ ସେପ୍ଟେମ୍ବର (ହି.ସ.) - ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ରୌଦ୍ର ରୂପ । ଗଭୀର ଅବପାତ ପ୍ରଭାବରେ ହ୍ରଦ ଅଶାନ୍ତ । ବାଲୁଗାଁରେ ଲଗାଣ ବର୍ଷା ସାଙ୍ଗକୁ ଜୋରଦାର୍ ପବନ ବହୁଛି । ଫଳରେ ଚିଲିକା ଅଶାନ୍ତ ହୋଇପଡ଼ିଛି । ଚିଲିକାର ଅଶାନ୍ତ ଜଳରାଶିରେ ବଡ଼ ବଡ଼ ଢେଉ ଉଠୁଛି । ଆକାଶ ମେଘାଚ୍ଛନ୍ନ ରହ
Chilika


ଖୋର୍ଦ୍ଧା, ୨୪ ସେପ୍ଟେମ୍ବର (ହି.ସ.) - ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ରୌଦ୍ର ରୂପ । ଗଭୀର ଅବପାତ ପ୍ରଭାବରେ ହ୍ରଦ ଅଶାନ୍ତ । ବାଲୁଗାଁରେ ଲଗାଣ ବର୍ଷା ସାଙ୍ଗକୁ ଜୋରଦାର୍ ପବନ ବହୁଛି । ଫଳରେ ଚିଲିକା ଅଶାନ୍ତ ହୋଇପଡ଼ିଛି । ଚିଲିକାର ଅଶାନ୍ତ ଜଳରାଶିରେ ବଡ଼ ବଡ଼ ଢେଉ ଉଠୁଛି । ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଓ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ପ୍ରଶାସନ ପକ୍ଷରୁ ଚିଲିକା ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ଗଭୀର ଅବପାତ ଯୋଗୁଁ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଜିଲ୍ଲାର ବାଲୁଗାଁ-ବାଣପୁର ଓ ଟାଙ୍ଗୀ ଏବଂ ଏହାର ଆଖପାଖ ଅଂଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି । ରାସ୍ତାରେ ଗଛ ଭାଙ୍ଗି ପଡ଼ିଥିବାରୁ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି । ଏପରିକି ଚିଲିକାରେ ମଧ୍ୟ ଡ଼ଙ୍ଗା ଚଳାଚଳ ବନ୍ଦ ରହିଛି । ସେହିପରି ଲଗାଣ ବର୍ଷାରେ ଚିଲିକା ବ୍ଲକ ସିଙ୍ଗଶ୍ୱର ପଂଚାୟତର କୁମ୍ଭୀରପଡା ଗ୍ରାମର କିଛି ଲୋକଙ୍କ ଘର ଭାଙ୍ଗିଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande