ବେଲପାହାଡ଼ ନୂତନ ବସ୍ ଷ୍ଟାଣ୍ଡ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାପାଳ
Collector review new bustand
ବେଲପାହାଡ଼ ନୂତନ ବସ୍ ଷ୍ଟାଣ୍ଡ କାର୍ଯ୍ୟର ଅଗ୍ରଗତି ସମୀକ୍ଷା


ଝାରସୁଗୁଡ଼ା, ୨୪ ସେପ୍ଟେମ୍ବର (ହି.ସ.) - ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ବେଲପାହାଡ଼ ଗସ୍ତ କରି ସେଠାରେ ନିର୍ମାଣାଧୀନ ନୂତନ ବସ୍ ଷ୍ଟାଣ୍ଡର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଗସ୍ତ କାଳରେ ଜିଲ୍ଲାପାଳ ନିର୍ମାଣ ସ୍ଥଳ ପରିଦର୍ଶନ କରି ଚାଲିଥିବା ବିକାଶ କାର୍ଯ୍ୟର ବାସ୍ତବ ସ୍ଥିତି, ନିର୍ମାଣର ଗୁଣବତା ତଥା ଅଗ୍ରଗତି ପରଖିଥିଲେ। ଏଥିସହ ପ୍ରକଳ୍ପର ବିଭିନ୍ନ ବିଭାଗ ଯଥା ଯାତ୍ରୀ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ଏବଂ ବସ୍ ଚଳାଚଳ ପାଇଁ ଉଦ୍ଦିଷ୍ଟ ପରିସରକୁ ବୁଲି ଦେଖିଥିଲେ। ଏହି ନୂତନ ବସ୍ ଷ୍ଟାଣ୍ଡଟି ସ୍ଥାନୀୟ ଜନସାଧାରଣ ଓ ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଥିବାରୁ, ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଉଚ୍ଚ ମାନର ଗୁଣବତା ସହ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ବେଲପାହାଡ଼ବାସୀଙ୍କ ଦୀର୍ଘ ଦିନର ସମସ୍ୟା ଦୂର କରିବା ଏବଂ ସହରର ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ବସ୍ ଷ୍ଟାଣ୍ଡକୁ ଶୀଘ୍ର ଲୋକାର୍ପିତ କରିବାର ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande