ହାଡିଆ ରେ ବେଆଇନ ମଦ ବିକ୍ରି ବନ୍ଦ ପାଇ ମହିଳା ଙ୍କ ଘେରାଉ ପରେ ଚଢାଉ
ଜୟପୁର, ୨୪ ସେପ୍େଟମ୍ବର (ହି.ସ.) ଜୟପୁର ସଦର ଥାନା ଅନ୍ତର୍ଗତ ହାଡିଆ ପଂଟାୟତରେ ବେଆଇନ ମଦ ବିକ୍ରି ସହ ମଦ ବନ୍ଦ କରିବାକୁ ଶତାଧିକ ମହିଳା ସଦର ଥାନା ସହ ଅବକାରି ଥାନା ଘେରାଉ କରିଥିଲେ । ମହିଳା ଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ଜୟପୁର ଅବକାରି ଥାନା ଆଜି ହାଡିଆ ରେ ଚଡାଉ କରିଛି । ହାଡିଆ ପଂଚାୟତର ବ
ହାଡିଆ ରେ  ବେଆଇନ ମଦ  ବିକ୍ରି ବନ୍ଦ ପାଇ  ମହିଳା ଙ୍କ   ଘେରାଉ ପରେ ଚଢାଉ


ଜୟପୁର, ୨୪ ସେପ୍େଟମ୍ବର (ହି.ସ.) ଜୟପୁର ସଦର ଥାନା ଅନ୍ତର୍ଗତ ହାଡିଆ ପଂଟାୟତରେ ବେଆଇନ ମଦ ବିକ୍ରି ସହ ମଦ ବନ୍ଦ କରିବାକୁ ଶତାଧିକ ମହିଳା ସଦର ଥାନା ସହ ଅବକାରି ଥାନା ଘେରାଉ କରିଥିଲେ । ମହିଳା ଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ଜୟପୁର ଅବକାରି ଥାନା ଆଜି ହାଡିଆ ରେ ଚଡାଉ କରିଛି । ହାଡିଆ ପଂଚାୟତର ବିଭିନ୍ନ ଗ୍ରାମରେ ଚଢାଉ କରାଯାଇଛି । ଚଢାଉ ପରି ପୁଟ୍ରା ଗ୍ରାମର ଅଭିଯୁକ୍ତ ନିଳ ମାଧବ ପଟ୍ଟନାୟକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ପାଖା ପାଖି ୧୬ ଲିଟର ବିଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି । ଗତ ୨୨ ତାରିଖରେ ଜୟପୁର ସଦର ଥାନା ଓ ଅବକାରି ଥାନା କୁ ଘେରାଉ କରି ସଦର ଥାନା ଅଧିକାରି ଓ ଅବକାରି ଥାନା ଅଧିକାରି ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଥିଲା ଯେ ହାଡିଆରେ ବହୁତ ଦିନ ହେବ ବେଆଇନ ଭାବେ ଚୋରା ମଦ କାରବାର ବହୁଳ ମାତ୍ରାରେ ବଢି ଚାଲିଛି । ଏହି ବେଆଇନ ମଦ ବିକ୍ରି ଯୋଗୁଁ ଅଂଚଳରେ ସବୁ ବେଳେ ମଦ୍ୟପ ମାନଙ୍କ ଆଡ୍ଡା ଜମୁଛି । ପ୍ରତ୍ୟେକ ଦିନ ମଦ୍ୟପାନ କରି କାସ୍ତା ଘାଟରେ ଗାଳି ଗୁଲଜ କରିବା ସହ ଝଗଡା ସୃଷ୍ଟି କରୁଛନ୍ତି । ଏହା ଦ୍ୱାରା ମହିଳା ସ୍ଲୁଲ ଓ କେଲଜ ପଢୁଥିବା ଛାତ୍ର ଛାତ୍ରୀ ଏବଂ ସାଧାରଣ ଲୋକ ଯାତାୟତ କରିବା ସମୟରେ ଅସୁରକ୍ଷିତ ମଣୁଛନ୍ତି । ଶାନ୍ତିପୁଣ୍ଣ ସମାଜିକ ପରିବେଶ ସମ୍ପୁ୍ଣ୍ଣ ରୁପେ ନଷ୍ଟ ହେଉଛି । ଘରେ ଥିବା ଚାଉଳ କାର୍ଡ, ଭତା କାର୍ଡ, ହଣ୍ଡା ହାଣ୍ଡିକୁ ମଧ୍ୟ ଘରର ପୁରୁଷ ମାନେ ବନ୍ଦକ ରଖି ବଦ୍ୟପାନ କରୁଛନ୍ତି । ଅପରାଧିକ ମାମଲା ବଢିବା ଆଶଙ୍କା ଦେଖା ଦେଇଛି । ତେଣୁ ପୋଲିସ ଓ ଅବକାରି ବିଭାଗ ତରଫରୁ ଚଢାଉ କରି ବେଆଇନ ମଦ କାରବାର ବନ୍ଦ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଡ କାଯ୍ୟନୁଷ୍ଟାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande