ତୁଳସୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ
ତୁଳସୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ବାସନ୍ତୀ ଶୁକ୍ଲାଙ୍କ ଅଧ୍
ତୁଳସୀମହିଳାମହାବିଦ୍ୟାଳୟରେଜାତୀୟସେବାଯୋଜନା ଦିବସ ।


ତୁଳସୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ବାସନ୍ତୀ ଶୁକ୍ଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ।

ଏହି ଅବସରରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀଙ୍କୁ ଅଧ୍ୟକ୍ଷା ଡକ୍ଟର ବାସନ୍ତୀ ଶୁକ୍ଲା ଉଦ୍‌ବୋଧନ ଦେଇଥିଲେ। ଜାତୀୟ ସେବା ଯୋଜନାର ନୋଡାଲ୍‌ ଅଧିକାରୀ ଡକ୍ଟର ପଦ୍ମଜା କବିଶତପଥୀ ଛାତ୍ରୀମାନଙ୍କୁ ଏନ୍‌ଏସ୍‌ଏସ୍‌ର ଗୁରୁତ୍ୱ, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ।

+୩ ଏନ୍‌ଏସ୍‌ଏସ୍‌ର ନୋଡାଲ୍‌ ଅଧିକାରୀ ବନସ୍ମିତା ପରିଡ଼ା ସଭାକାର୍ଯ୍ୟ ପରିଚାଳନା କରିଥିଲେ। +୨ ନୋଡାଲ୍‌ ଅଧିକାରୀ ଶ୍ରଦ୍ଧାଞ୍ଜଳି ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହ ଉପସ୍ଥିତ ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।

ଏହି ଅବସରରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande