
ମାଲକାନଗିରି,୨୪ ସେପ୍ଟେମ୍ବର (ହି.ସ.) - ବିଧାନସଭାର କାର୍ଯ୍ୟକ୍ରମ ମଧ୍ୟରୁ ସମୟ ବାହାର କରି ମାଲକାନଗିରି ପହଂଚିଲେ ବିଧାୟକ ନରସିଂହ ମାଡକାମୀ । ଗତ ଦୁଇ ଦିନଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀରେ ପାଣି ବଢିବା ପରେ ବନ୍ୟା ପରିସ୍ଥିତି ଦେଖା ଦେବା ଯୋଗା ଯୋଗ ବିଚ୍ଛିନ୍ନ ହୋଇପଡିଛି । ବିଶେଷ କରି କାଲିମେଳା, ପୋଟେରୁ ଓ ପଡିଆ ଅଂଚଳକୁ ଯୋଗା ବନ୍ଦ ହୋଇପଡିଛି। କିଛି ଜାଗାରେ ଲଘୁଚାପ ଜନିତ ବର୍ଷା ଯୋଗୁ ଗାଁ ଗୁଡିକରେ ବର୍ଷା ଜଳ ପଶିବା ସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଜନଜୀବନ ପ୍ରଭାବିତ ହୋଇ ପଡିଛି । ଆଜି ମାଲକାନଗିରି ବିଧାୟକ ଉକ୍ତ ଅଂଚଳକୁ ଗସ୍ତ କରିବା ସହ ସେଠାରେ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଘରେ ପାଣି ପଶିବା, ଯାତାୟାତ ସମସ୍ୟା, ଖାଦ୍ୟ ଓ ପାନୀୟ ଜଳର ଅଭାବ ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ସେ ଏହାର ସମାଧାନ ଓ ପ୍ରଭାବିତ ଲୋକଙ୍କ ସମସ୍ୟା ଶୁଣିବା ସହ ଆବଶ୍ୟକ ସହାୟତା ଓ ପ୍ରଶାସନିକ ପଦକ୍ଷେପ ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିବା କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବିପର୍ଯ୍ୟୟ ସମୟରେ ବିଧାୟକଙ୍କୁ ନିକଟରେ ପାଇ ଅଂଚଳ ବାସୀ ଖୁସି ଅନୁଭବ କରିଥିବା ବେଳେ ବିଧାୟକଙ୍କ ବିଧାନସଭା ଅଧାରୁ ଛାଡ଼ି ବନ୍ୟାଂଚଳ ଗସ୍ତକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ