ପ୍ରବଳ ବର୍ଷା ବିତ୍ପାତ ଯୋଗୁଁ ଭାଙ୍ଗିଲା ଅନେକ ଘର
ମାଲକାନଗିରି,୨୪ ସେପ୍ଟେମ୍ବର (ହି.ସ.) - କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସମସ୍ତ ଅଂଚଳରେ ଚଳିତ ବାତ୍ୟା ଅର୍ଣବ'' ପ୍ରଭାବରେ କୁଡୁମୁଲୁଗୁମ୍ମା ଓ ଏହାର ଆଖପାଖ ଅଂଚଳରେ ବହୁତ ଘର ଭୁଷୁଡିବା ସହ ଅନେକ ଗଛ ଭାଙ୍ଗିଥିବା ର ସୁଚନା ମିଳିଛି । ଏହି କ୍ରମରେ କୁଡୁମୁଲୁଗୁମ୍ମା ବାସିନ୍ଦା ପ୍ରଭାକର ସୁନା ଙ୍
ପ୍ରବଳ ବର୍ଷା ବିତ୍ପାତ ଯୋଗୁଁ ଭାଙ୍ଗିଲା ଅନେକ ଘର


ମାଲକାନଗିରି,୨୪ ସେପ୍ଟେମ୍ବର (ହି.ସ.) - କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସମସ୍ତ ଅଂଚଳରେ ଚଳିତ ବାତ୍ୟା ଅର୍ଣବ' ପ୍ରଭାବରେ କୁଡୁମୁଲୁଗୁମ୍ମା ଓ ଏହାର ଆଖପାଖ ଅଂଚଳରେ ବହୁତ ଘର ଭୁଷୁଡିବା ସହ ଅନେକ ଗଛ ଭାଙ୍ଗିଥିବା ର ସୁଚନା ମିଳିଛି । ଏହି କ୍ରମରେ କୁଡୁମୁଲୁଗୁମ୍ମା ବାସିନ୍ଦା ପ୍ରଭାକର ସୁନା ଙ୍କ ଘରର ଏକ ପାଖ ମାଟିକାନ୍ଥ ସମ୍ପୁର୍ଣ୍ଣ ଭୁଷୁଡି ଯାଇଥିବା ବେଳେ ପରକାନମାଳା ପଂଚାୟତ ର ସୁନାନଗର ଗ୍ରାମ ବାସିନ୍ଦା ବଣ୍ଡକୁ ଶିଷା ଙ୍କ ସମ୍ପୁର୍ଣ୍ଣ ଘର ଭୁଷୁଡି ପଡିଛି । ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଓ ରାଜସ୍ୱ ନୀରିକ୍ଷକ ଯୁଦ୍ଧ କାଳୀନ ଭିତିରେ ଏହି ସବୁ ଅଂଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଭାଙ୍ଗି ଯାଇଥିବା ଘର ଗୁଡ଼ିକର କ୍ଷୟକ୍ଷତି ଆକଳନ କରୁଥିବା ସୁଚନା ଦେଇଛନ୍ତି । ଅନୁରୁପ ଅଗ୍ନିଶମ ଓ ପୋଲିସ ବିଭାଗର କର୍ମଚାରୀ ମାନେ ମଧ୍ୟ କୈଣସି ଅସ୍ୱାଭାବିକ ପରିସ୍ଥିତିର ମୁକାବିଲା କରିବା ପାଇଁ ସଜାଗ ରହିଥିବା ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande