ଆଜି ସିଇଓ କାର୍ଯ୍ୟାଳୟ ଘେରାଉ କରିବ କଂଗ୍ରେସ
- ସୋମବାର ଜିଲ୍ଲାମାନଙ୍କରେ ଘେରାଉ କାର୍ଯ୍ୟକ୍ରମ ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ବିଜେପି ସରକାରର ହାତବାରିସୀ ସାଜି ଦେଶବ୍ୟବାପୀ ତ୍ରୁଟିପୂର୍ଣ୍ଣ ସଘନ ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର) କରାଇ ଦେଶର ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ହତ୍ୟା କରିବା
cong


- ସୋମବାର ଜିଲ୍ଲାମାନଙ୍କରେ ଘେରାଉ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ବିଜେପି ସରକାରର ହାତବାରିସୀ ସାଜି ଦେଶବ୍ୟବାପୀ ତ୍ରୁଟିପୂର୍ଣ୍ଣ ସଘନ ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର) କରାଇ ଦେଶର ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ହତ୍ୟା କରିବା ପ୍ରମାଣିତ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ମହାଭିଯୋଗ ଜରିଅ।।ରେ ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଏହି ଦାବି ନେଇ କଂଗ୍ରେସ ଦଳ ଆସନ୍ତା କାଲି ଶୁକ୍ରବାରଠାରୁ ଦେଶବ୍ୟାପୀ ଆନ୍ଦୋଳନ କରୁଛି। ସେହି କ୍ରମରେ ଆସନ୍ତା କାଲି (ଶୁକ୍ରବାର) ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ସହସ୍ରାଧିକ ସଂଖ୍ୟାରେ ପିସିସି ପକ୍ଷରୁ ସିଇଓ ଅଫିସ ଘେରାଉ କରାଯିବ। ସେହିପରି ଆସନ୍ତା ସୋମବାର ସବୁ ଜିଲ୍ଲା ମୁଖ୍ୟାଳୟ ଘେରାଉ କରାଯିବ ବୋଲି ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande