ଆଜି ୩ ଜିଲ୍ଲାରେ ସ୍କୁଲ ଛୁଟି
ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶୁକ୍ରବାର) ୩ ଟି ଜିଲ୍ଲାରେ ସ୍କୁଲ ଛୁଟି ରଖିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ସ୍କୁଲ ସହିତ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ଏହି ଜିଲ୍ଲା ଗୁଡିକ ହେଲା ନବରଙ୍ଗପୁର, କଳାହାଣ୍ଡି ଓ
The weather in Delhi-NCR took a sudden turn on Saturday, bringing strong winds and heavy rain.


ଭୁବନେଶ୍ୱର, ୨୪ ସେପ୍ଟେମ୍ବର (ହି.ସ.)- ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶୁକ୍ରବାର) ୩ ଟି ଜିଲ୍ଲାରେ ସ୍କୁଲ ଛୁଟି ରଖିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ସ୍କୁଲ ସହିତ ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ। ଏହି ଜିଲ୍ଲା ଗୁଡିକ ହେଲା ନବରଙ୍ଗପୁର, କଳାହାଣ୍ଡି ଓ ଗଜପତି।

ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଗୁରୁବାର ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିବା ବେଳେ ଆଉ ଦିନକ ପାଇଁ ସ୍କୁଲ୍ ଛୁଟି ବଢିଛି। ଆସନ୍ତାକାଲି ବି ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ମଧ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ରହିବ। ଗଜପତି ଜିଲ୍ଲାରେ ଆସନ୍ତାକାଲି ବି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସ୍କୁଲ ଛୁଟି ନିଷ୍ପତି ନେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande