
ଜୟପୁର, ୨୪ ସେପ୍ଟେମ୍ବର (ହି.ସ.) - ବାତ୍ୟାର ପ୍ରଭାବରେ ଜୟପୁର ତହସିଲ ଅଂଚଳରେ ୧୭ଟି ଘର ଭାଙ୍ଗିଛି । ଜୟପୁର ତହସିଲ ବିଭାଗ ର ରଜସ୍ୱ ନିରିକ୍ଷକ କାଯ୍ୟଳୟ ତରଫରୁ ପଲିଥିନ ପ୍ରଦାନ କରାଯାଇଛି। ଜୟପୁର ତହସିଲର ଫୁଫୁଗାଁ, ରାଣିଗୁଡା, ବାରିଣିପୁଟ, ଖଡପା,ବରପଡା, ବାଲିପୁଜାରିପୁଟ, ରାଣିପୁଟ, ହାଡିଆ, ଗଣ୍ଡଗୁଡା, ଖଇରମୁଣ୍ଡି, ସିନ୍ଧି ଗାଁ, ଡଙ୍ଗର କରଚି, ଖ୍ରୀଷ୍ଟିଆନପେଟା ରେ ଘର ଭାଙ୍ଗି ଥିବା ବିଷୟ ଜିଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି