
ନୂଆଦିଲ୍ଲୀ, ୨୫ ସେପ୍େଟମ୍ବର (ହି.ସ.)- ଭାରତୀୟ ରେଳବାଇ ଗୁଜରାଟର ଭୁଜ ଏବଂ ବିହାରର ବରୌଣୀ ମଧ୍ୟରେ ନୂଆ ତ୍ରି-ସାପ୍ତାହିକ ଅମୃତ ଭାରତ ଏକ୍ସପ୍ରେସ ଚଳାଇବାକୁ ମଞ୍ଜୁରି ଦେଇଛି। ଏହି ଟ୍ରେନ ୨,୫୩୨ କିଲୋମିଟର ଦୂରତା ଅତିକ୍ରମ କରି ଗୁଜରାଟ, ରାଜସ୍ଥାନ, ଉତର ପ୍ରଦେଶ ଏବଂ ବିହାରର ପ୍ରମୁଖ ସହରଗୁଡ଼ିକୁ ଯୋଡ଼ିବ।
ରେଳ ମନ୍ତ୍ରାଳୟ ଅନୁସାରେ, ଟ୍ରେନ ସଂଖ୍ୟା ୧୯୪୨୭ ଭୁଜ-ବରୌଣୀ ଅମୃତ ଭାରତ ଏକ୍ସପ୍ରେସ ଭୁଜରୁ ସନ୍ଧ୍ୟା ୫:୩୦ ବେଳେ ଛାଡ଼ି ପରଦିନ ସକାଳ ୪:୦୫ ବେଳେ ବରୌଣୀ ରେ ପହଂଚିବ। ଫେରିବା ସମୟରେ ଟ୍ରେନ ସଂଖ୍ୟା ୧୯୪୨୮ ବରୌଣୀ-ଭୁଜ ଅମୃତ ଭାରତ ଏକ୍ସପ୍ରେସ ବରୌଣୀରୁ ରାତି ୧୧:୫୫ ବେଳେ ଛାଡ଼ି ପରଦିନ ଦ୍ୱିପ୍ରହର ୧:୧୫ ବେଳେ ଭୁଜ ପହଂଚିବ। ଭୁଜ-ବରୌଣୀ ଟ୍ରେନ ସୋମବାର, ବୁଧବାର ଏବଂ ଶନିବାର ଚାଲିବ, ଯେତେବେଳେ ବରୌଣୀ-ଭୁଜ ଟ୍ରେନ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଚାଲିବ।
ନୂଆ ଟ୍ରେନର ମାର୍ଗରେ ସମାଖିଆଲି, ଅହମଦାବାଦ, ରତଲାମ, କୋଟା, ସୱାଇ ମାଧୋପୁର, ଗଙ୍ଗାପୁର ସିଟି, ଭରତପୁର, ମଥୁରା, ହାଥରସ, ବରେଲୀ, ଇଜ୍ଜତନଗର, ପିଲିଭୀତ, ଲଖିମପୁର, ଗୋଣ୍ଡା, ଗୋରଖପୁର, ସିୱାନ, ଛପରା, ହାଜିପୁର, ମୁଜଫ୍ଫରପୁର ଏବଂ ସମସ୍ତିପୁର ସମେତ ଅନେକ ପ୍ରମୁଖ ଷ୍ଟେସନରେ ବାଣିଜ୍ୟିକ ରହଣି ରହିବ।
ରେଳବାଇ କହିଛି ଯେ ନୂଆ ସେବା ଦେଶର ପଶ୍ଚିମ ଏବଂ ପୂର୍ବ ଅଂଶ ମଧ୍ୟରେ ରେଳ ସଂଯୋଗ ପାଇଁ ଅତିରିକ୍ତ ବିକଳ୍ପ ଦେବ ଏବଂ ଗୁଜରାଟ, ରାଜସ୍ଥାନ, ଉତର ପ୍ରଦେଶ ଏବଂ ବିହାର ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସୁବିଧା ହେବ।
------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ