ଉତର ପ୍ରଦେଶରେ ତିଆରି ବ୍ରହ୍ମୋସ ପାକିସ୍ତାନର ନିଦ ଉଡ଼ାଉଛି: ଅମିତ ଶାହ
ନୋଏଡା, ୨୫ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି ଯେ ଆଜି ଉତର ପ୍ରଦେଶରେ ନିବେଶର ପରିବେଶ ସୃଷ୍ଟି ହୋଇଛି। ନିବେଶର ପରିବେଶର ପ୍ରଥମ ପ୍ରାଥମିକତା ହେଉଛି ଆଇନ ଶୃଙ୍ଖଳା ଠିକ୍ ରହିବା। ଅନୁକୂଳ ଶିଳ୍ପ ନୀତି ତିଆରି ହେଉ। ଶିଳ୍ପକୁ ପ୍ରୋତ୍ସାହନ
ଉତର ପ୍ରଦେଶରେ ତିଆରି ବ୍ରହ୍ମୋସ ପାକିସ୍ତାନର ନିଦ ଉଡ଼ାଉଛି: ଅମିତ ଶାହ


ନୋଏଡା, ୨୫ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଶୁକ୍ରବାର କହିଛନ୍ତି ଯେ ଆଜି ଉତର ପ୍ରଦେଶରେ ନିବେଶର ପରିବେଶ ସୃଷ୍ଟି ହୋଇଛି। ନିବେଶର ପରିବେଶର ପ୍ରଥମ ପ୍ରାଥମିକତା ହେଉଛି ଆଇନ ଶୃଙ୍ଖଳା ଠିକ୍ ରହିବା। ଅନୁକୂଳ ଶିଳ୍ପ ନୀତି ତିଆରି ହେଉ। ଶିଳ୍ପକୁ ପ୍ରୋତ୍ସାହନ ଓ ସୁବିଧା ଦିଆଯାଉ।

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଆଜି ଏଠାରେ ଇଣ୍ଡିଆ ଏକ୍ସପୋ ସେଂଟର ଆଣ୍ଡ ମାର୍ଟରେ ପାଂଟ ଦିନିଆ ଉତର ପ୍ରଦେଶ ଇଂଟରନ୍ୟାସନାଲ ଟ୍ରେଡ୍ ଶୋ (ୟୁପିଆଇଟିଏସ୍)ର ଚତୁର୍ଥ ସଂସ୍କରଣର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଉତର ପ୍ରଦେଶ ଦେଶର ସବୁଠାରୁ ବଡ଼ ପ୍ରଦେଶ। ଏଠାରେ ଶିଳ୍ପ ପାଇଁ ଭଲ ପରିବେଶ ରହିଛି। ସେ କହିଛନ୍ତି ଯେ ଏକ ସମୟରେ ୟୁପିରେ ମାଫିଆମାନଙ୍କ ଶାସନ ଚାଲୁଥିଲା। ବର୍ଷ ୨୦୧୭ରେ ଏଠାରେ ବିଜେପିର ସରକାର ଗଠନ ହୋଇଥିଲା। ତାହା ପରେ ୟୁପିରୁ ମାଫିଆମାନଙ୍କୁ ସମାପ୍ତ କରିଦିଆଯାଇଛି। ସେ କହିଛନ୍ତି ଏହି କାରଣରୁ ଆଜି ଉତର ପ୍ରଦେଶରେ ନିବେଶର ପରିବେଶ ସୃଷ୍ଟି ହୋଇଛି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଥର ପ୍ରଧାନମନ୍ତ୍ରୀ ହୋଇ ନୀତିଗୁଡ଼ିକର ନିର୍ମାଣ କରିଛନ୍ତି ଏବଂ ନୀତିଗୁଡ଼ିକୁ ଭୂମିସ୍ତରରେ ସଠିକ୍ ଭାବରେ ପହଂଚାଇଛନ୍ତି। ସେ କହିଛନ୍ତି ଯେ ଅଭିଜ୍ଞତା ଆଧାରରେ ନୀତିଗୁଡ଼ିକରେ ଯେଉଁ ପରିବର୍ତନ କରିବାର ଥିଲା ଏବଂ ଯେଉଁ ନୂଆ ନୀତିଗୁଡ଼ିକ ତିଆରି କରିବାର ଥିଲା ସେଥିରେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ଫୂର୍ତି ଦେଖାଇ ତିଆରି କରିଛନ୍ତି ଏବଂ ଭାରତକୁ ସମଗ୍ର ବିଶ୍ୱରେ ଏକ ଆକର୍ଷଣୀୟ ଉତ୍ପାଦନ ହବ୍ କରିବାର କାମ କରିଛନ୍ତି। ସେ କହିଛନ୍ତି ଯେ କିଛି ବକ୍ରଦୃଷ୍ଟା ଲୋକ ଭାରତର ଜିଡିପିର ଆକଳନକୁ ମଧ୍ୟ ମିଥ୍ୟା ପ୍ରମାଣିତ କରିବାର କାମ କରୁଛନ୍ତି। ସେ କହିଛନ୍ତି ଯେ ଭାରତ ଜିଡିପିର ୭.୮ ଗ୍ରୋଥ୍ ହାସଲ କରିଛି। ସେ କହିଛନ୍ତି ଯେ ସାରା ବିଶ୍ୱରେ ଏତେ ଅଶାନ୍ତିର ପରିବେଶ ମଧ୍ୟରେ ମଧ୍ୟ ଭାରତ ସବୁଠାରୁ ଅଧିକ ବିକାଶ ଗ୍ରୋଥ୍ ହାସଲ କରିଛି। ନିଜର ବିକାଶ ହାରକୁ ବଜାୟ ରଖିଛି ଏବଂ ତାହାକୁ ଆଗକୁ ମଧ୍ୟ ବଢ଼ାଇଛି।

------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande