ଗୟାଜୀରେ ପିତୃପକ୍ଷ ମେଳାର ଶୁଭାରମ୍ଭ, ଛଅ ହଜାରରୁ ଅଧିକ ପୁଲିସକର୍ମୀ ମୁତୟନ
ଗୟାଜୀ, ୨୫ ସେପ୍େଟମ୍ବର (ହି.ସ.)- ମୋକ୍ଷର ଭୂମି ଗୟାଜୀରେ ଶୁକ୍ରବାର ବିଶ୍ୱପ୍ରସିଦ୍ଧ ପିତୃପକ୍ଷ ମେଳାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମେଳାର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀ, ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ ଏବଂ କୃଷିମନ୍ତ୍ରୀ ବିଜୟ କୁ
ଗୟାଜୀରେ ପିତୃପକ୍ଷ ମେଳାର ଶୁଭାରମ୍ଭ, ଛଅ ହଜାରରୁ ଅଧିକ ପୁଲିସକର୍ମୀ ମୁତୟନ


ଗୟାଜୀ, ୨୫ ସେପ୍େଟମ୍ବର (ହି.ସ.)- ମୋକ୍ଷର ଭୂମି ଗୟାଜୀରେ ଶୁକ୍ରବାର ବିଶ୍ୱପ୍ରସିଦ୍ଧ ପିତୃପକ୍ଷ ମେଳାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମେଳାର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀ, ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ ଏବଂ କୃଷିମନ୍ତ୍ରୀ ବିଜୟ କୁମାର ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ୨୫ ସେପ୍େଟମ୍ବରରୁ ୧୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାକୁ ଥିବା ୧୭ ଦିନିଆ ମେଳାରେ ଦେଶ-ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପହଂଚିିବାର ସମ୍ଭାବନା ରହିଛି।

ଉଦଘାଟନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଷ୍ଣୁପଦ ମନ୍ଦିରରେ ପହଂଚିଥିଲେ। ସେ ମନ୍ଦିରରେ ପୂଜା-ଅର୍ଚ୍ଚନା କରିଥିଲେ ଏବଂ ଗର୍ଭଗୃହରେ ଭଗବାନ ବିଷ୍ଣୁଙ୍କ ଚରଣଚିହ୍ନର ଦର୍ଶନ କରିଥିଲେ। ଏହାପରେ ଫଲ୍ଗୁ ନଦୀସ୍ଥିତ ଦେବଘାଟର ନିରୀକ୍ଷଣ କରି ଶ୍ରଦ୍ଧାଳୁଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହି ସମୟରେ ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ମେଳାର ପ୍ରସ୍ତୁତି ଏବଂ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ଐତିହାସିକ ଗାନ୍ଧୀ ମୈଦାନସ୍ଥିତ ଟେଂଟ ସିଟିରେ ପହଂଚିଥିଲେ। ସେ ଶ୍ରଦ୍ଧାଳୁଙ୍କ ରହିବା ପାଇଁ କରାଯାଇଥିବା ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ ଏବଂ ସେଠାରେ ଉପଲବ୍ଧ ସୁବିଧା ସମ୍ପର୍କରେ ସୂଚନା ନେଇଥିଲେ। ମେଳା ଅବଧିରେ ଗୟାଜୀ ଆସୁଥିବା ଶ୍ରଦ୍ଧାଳୁଙ୍କ ରହଣି ପାଇଁ ଟେଂଟ ସିଟିରେ ମୌଳିକ ସୁବିଧା ଉପଲବ୍ଧ କରାଯାଇଛି।

ଜିଲ୍ଲା ପ୍ରଶାସନ ଏବଂ ପୁଲିସ ମେଳାକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପିଣ୍ଡଦାନୀଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଛଅ ହଜାରରୁ ଅଧିକ ପୁଲିସକର୍ମୀ ଏବଂ ଅଧିକାରୀଙ୍କୁ ମୁତୟନ କରାଯାଇଛି। ରହଣି ପାଇଁ ୨୫୦୦ ବେଡର ଟେଂଟ ସିଟି ପ୍ରସ୍ତୁତ କରାଯାଇଛି। ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ୧୫୦ଟି ମାଗଣା ଇ-ରିକ୍ସା ମଧ୍ୟ ଚଳାଯିବ। ଏହା ବ୍ୟତୀତ ଯାତାୟାତ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande