ଉତର ପ୍ରଦେଶକୁ ବିଶ୍ୱ ସ୍ତରରେ ପରିଚୟ ଦେଇଛି: ଯୋଗୀ ଆଦିତ୍ୟନାଥ
ନୋଏଡା, ୨୫ ସେପ୍େଟମ୍ବର (ହି.ସ.)- ଉତର ପ୍ରଦେଶ ଇଂଟରନ୍ୟାସନାଲ ଟ୍ରେଡ୍ ଶୋର ଉଦ୍ଘାଟନ ଅବସରରେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହି ଟ୍ରେଡ୍ ଫେୟାର ୟୁପି ପ୍ରତି ଗ୍ଲୋବାଲ ଟ୍ରଷ୍ଟର ଏକ ପ୍ରତୀକ। ଯାହା ଆମର କାର୍ଯ୍ୟକ୍ରମଗୁଡ଼ିକୁ, ଆମର ଯୁବକମାନଙ୍କୁ, ଇନୋଭେସନକୁ, ଆମର
ଉତର ପ୍ରଦେଶକୁ ବିଶ୍ୱ ସ୍ତରରେ ପରିଚୟ ଦେଇଛି: ଯୋଗୀ ଆଦିତ୍ୟନାଥ


ନୋଏଡା, ୨୫ ସେପ୍େଟମ୍ବର (ହି.ସ.)- ଉତର ପ୍ରଦେଶ ଇଂଟରନ୍ୟାସନାଲ ଟ୍ରେଡ୍ ଶୋର ଉଦ୍ଘାଟନ ଅବସରରେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହି ଟ୍ରେଡ୍ ଫେୟାର ୟୁପି ପ୍ରତି ଗ୍ଲୋବାଲ ଟ୍ରଷ୍ଟର ଏକ ପ୍ରତୀକ। ଯାହା ଆମର କାର୍ଯ୍ୟକ୍ରମଗୁଡ଼ିକୁ, ଆମର ଯୁବକମାନଙ୍କୁ, ଇନୋଭେସନକୁ, ଆମର ଏମଏସଏମଇ ସେକ୍ଟରକୁ ଆମର ଅନ୍ନଦାତା କୃଷକଙ୍କ ପରିଶ୍ରମକୁ ନେଇ ୟୁପିକୁ ଏକ ନୂଆ ପରିଚୟ ଦେବାର ଏକ ନୂଆ ପଦକ୍ଷେପ। ସେ କହିଛନ୍ତି ଯେ ୟୁପି ଆଇଟିଏସରେ ଆମ ସହିତ ପାର୍ଟନର ଭାବେ ଅଷ୍ଟ୍ରିଆ, ଜାପାନ, ରୁଷ, ସିଙ୍ଗାପୁର, ବେଲାରୁସ ଏବଂ ଭିଏତନାମ ଭଳି ଦେଶ ଆମ ସହିତ ଅଛନ୍ତି। ଆଇଟିଇଏସ ଟେକ୍ନୋଲୋଜି ଓ ଉତ୍ପାଦନରେ ଉତର ପ୍ରଦେଶରେ ଅନେକ ଅନ୍ତର୍ଜାତୀୟ କମ୍ପାନୀଙ୍କୁ ଆମନ୍ତ୍ରଣ କରିବା ଏବଂ ଏଠାରୁ ରପ୍ତାନି କରିବାର ସୁଗମ ରାସ୍ତା ଦେଉଛି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଉତ୍ପାଦନର ଗୁଣବତା ଏଠାକାର ସପ୍ଲାଇ ଚେନର ମଜବୁତି ଏବଂ ଏଠାକାର ଶିଳ୍ପଗୁଡ଼ିକର କ୍ରେଡିବିଲିଟି ଉପରେ ଆଜି ସମଗ୍ର ବିଶ୍ୱର ପୂର୍ଣ୍ଣ ଭରସା ସୃଷ୍ଟି ହୋଇଛି। ୨,୪୦୦ରୁ ଅଧିକ ଏକ୍ଜିବିଟର ଏହାର ଅଂଶ ହୋଇଛନ୍ତି। ଏହା ଉତର ପ୍ରଦେଶର ସାମର୍ଥ୍ୟକୁ ଦେଖିବାର ମଧ୍ୟ ଏକ ସୁଯୋଗ। ଯିଏ ଗତ ୧୦ ବର୍ଷରେ ନିଜର କେନ୍ଦ୍ରୀୟ ନେତୃତ୍ୱର ମାର୍ଗଦର୍ଶନରେ ବିକାଶର ଏକ ନୂଆ ପରିଭାଷା ଲେଖିଛି। ସେ କହିଛନ୍ତି ଯେ ଉତର ପ୍ରଦେଶ ସରକାର ଗାଁ ଏବଂ କସ୍ୱାରେ ରହୁଥିବା ହୁନରର କ୍ଷମତାକୁ ଚିହ୍ନଟ କରି ତାହାକୁ ଆଗକୁ ବଢ଼ାଇବାର ସୁଯୋଗ ଦେଇଛନ୍ତି। ଆମେ ଟ୍ୟାଲେଂଟ ଏବଂ ସୁଯୋଗକୁ ଟେକ୍ନୋଲୋଜି ସହିତ ଯୋଡ଼ିଛୁ। ଗଭର୍ନମେଂଟକୁ ସୁଯୋଗ ପ୍ରଦାନ କରୁଥିବା କରିଛୁ ଏବଂ କ୍ୱାଲିଟି, ଡିଜାଇନ ,ଫ୍ୟାସିଲିଟି, ବ୍ରାଣ୍ଡିଂ ଏବଂ ମାର୍କେଟିଂ ମାଧ୍ୟମରେ ଲୋକାଲ ପ୍ରୋଡକ୍ଟକୁ ଏଂଟରପ୍ରାଇଜରେ ବିକଶିତ କରିବାର କାର୍ଯ୍ୟ କରିଛୁ। ସେ କହିଛନ୍ତି ଯେ ବ୍ୟବସାୟକୁ ଗତି ଦେବା ପାଇଁ ଗ୍ଲୋବାଲ ଷ୍ଟାଣ୍ଡାର୍ଡର ଇନ୍ଫ୍ରାଷ୍ଟ୍ରକ୍ଚରକୁ ମଧ୍ୟ ପ୍ରଦେଶ ଭିତରେ ଆଗକୁ ବଢ଼ାଯାଇଛି। ସେ କହିଛନ୍ତି ଯେ ଏକ୍ସପ୍ରେସ, ହାଇୱେ, ଏୟାରପୋର୍ଟ୍ସ, ଫ୍ରେଡ୍ କରିଡୋର ଏବଂ ଇଣ୍ଡଷ୍ଟ୍ରିଆଲ ଇନ୍ଫ୍ରାଷ୍ଟ୍ରକ୍ଚର ମାଧ୍ୟମରେ ଇକୋନାମିକ, ଅପର୍ଚୁନିଟି ଏବଂ ଗ୍ରୋଥର ମଲ୍ଟି ହବ୍ ତିଆରି କରିଛୁ। ସେ କହିଛନ୍ତି ଯେ ଆମେ ଇଂଟରନ୍ୟାସନାଲ ଏବଂ ଗ୍ଲୋବାଲ ମାର୍କେଟ ସହିତ ଯୋଡ଼ି ଏପରି ଭ୍ୟାଲୁ ଚେନ ତିଆରି କରିଛୁ ଯାହା ବିଶ୍ୱ ବାଣିଜ୍ୟର ରାସ୍ତା ଖୋଲିଛି।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande