ଝାନ୍ସୀ-ଆଗ୍ରା କ୍ୟାଂଟ ଏକ୍ସପ୍ରେସ ଏବେ ମଥୁରା ପର୍ଯ୍ୟନ୍ତ ଯିବ, ଚାରିଟି ନୂଆ ବାଣିଜ୍ୟିକ ରହଣି
ନୂଆଦିଲ୍ଲୀ, ୨୫ ସେପ୍େଟମ୍ବର (ହି.ସ.)- ଭାରତୀୟ ରେଳବାଇ ୧୧୯୦୧/୧୧୯୦୨ ବୀରାଙ୍ଗନା ଲକ୍ଷ୍ମୀବାଇ ଝାନ୍ସୀ-ଆଗ୍ରା କ୍ୟାଂଟ ଏକ୍ସପ୍ରେସକୁ ମଥୁରା ପର୍ଯ୍ୟନ୍ତ ବିସ୍ତାର କରିବାକୁ ମଞ୍ଜୁରି ଦେଇଛି। ଏହା ସହିତ ଟ୍ରେନର ଯାତ୍ରା ଦୂରତା ୨୧୭ କିଲୋମିଟରରୁ ବଢ଼ି ୨୭୦ କିଲୋମିଟର ହୋଇଯିବ ଏବଂ ଝାନ୍ସୀ, ଆଗ୍ରା ଏ
ଝାନ୍ସୀ-ଆଗ୍ରା କ୍ୟାଂଟ ଏକ୍ସପ୍ରେସ ଏବେ ମଥୁରା ପର୍ଯ୍ୟନ୍ତ ଯିବ, ଚାରିଟି ନୂଆ ବାଣିଜ୍ୟିକ ରହଣି


ନୂଆଦିଲ୍ଲୀ, ୨୫ ସେପ୍େଟମ୍ବର (ହି.ସ.)- ଭାରତୀୟ ରେଳବାଇ ୧୧୯୦୧/୧୧୯୦୨ ବୀରାଙ୍ଗନା ଲକ୍ଷ୍ମୀବାଇ ଝାନ୍ସୀ-ଆଗ୍ରା କ୍ୟାଂଟ ଏକ୍ସପ୍ରେସକୁ ମଥୁରା ପର୍ଯ୍ୟନ୍ତ ବିସ୍ତାର କରିବାକୁ ମଞ୍ଜୁରି ଦେଇଛି। ଏହା ସହିତ ଟ୍ରେନର ଯାତ୍ରା ଦୂରତା ୨୧୭ କିଲୋମିଟରରୁ ବଢ଼ି ୨୭୦ କିଲୋମିଟର ହୋଇଯିବ ଏବଂ ଝାନ୍ସୀ, ଆଗ୍ରା ଏବଂ ମଥୁରା ମଧ୍ୟରେ ଯାତ୍ରୀମାନଙ୍କୁ ଅତିରିକ୍ତ ରେଳ ସେବା ଉପଲବ୍ଧ ହେବ।

ରେଳ ମନ୍ତ୍ରାଳୟ ଅନୁସାରେ ଟ୍ରେନ ନମ୍ବର ୧୧୯୦୧ ବୀରାଙ୍ଗନା ଲକ୍ଷ୍ମୀବାଇ ଝାନ୍ସୀରୁ ସନ୍ଧ୍ୟା ଚାରିଟାରେ ଛାଡ଼ି ରାତି ୧୧ଟାରେ ମଥୁରା ପହଂଚିବ। ଫେରିବା ସମୟରେ ଟ୍ରେନ ନମ୍ବର ୧୧୯୦୨ ମଥୁରାରୁ ସକାଳ ୫:୦୫ଟାରେ ଛାଡ଼ି ଦ୍ୱିପ୍ରହର ୧୨:୫୦ଟାରେ ବୀରାଙ୍ଗନା ଲକ୍ଷ୍ମୀବାଇ ଝାନ୍ସୀ ପହଂଚିବ।

ବିସ୍ତାରିତ ମାର୍ଗରେ ରାଜା କି ମଣ୍ଡି, ରୁନକତା, ଦୀନଦୟାଲ ଧାମ ଏବଂ ବାଦ ଷ୍ଟେସନଗୁଡ଼ିକରେ ଟ୍ରେନର ବାଣିଜ୍ୟିକ ରହଣି ହେବ। ଏହା ଦ୍ୱାରା ଏହି ଷ୍ଟେସନଗୁଡ଼ିକରୁ ଯାତ୍ରା କରୁଥିବା ଯାତ୍ରୀମାନେ ମଧ୍ୟ ଏହି ସେବାର ଲାଭ ପାଇବେ।

ରେଳବାଇ କହିଛି ଯେ ଟ୍ରେନକୁ ମଥୁରା ପର୍ଯ୍ୟନ୍ତ ବିସ୍ତାର କରାଯିବା ଦ୍ୱାରା ଝାନ୍ସୀ, ଆଗ୍ରା ଏବଂ ମଥୁରା ମଧ୍ୟରେ ଯାତ୍ରୀ ସଂଯୋଗ ମଜବୁତ ହେବ। ଏହା ସହିତ ବିସ୍ତାରିତ ମାର୍ଗରେ ଆସୁଥିବା ଅନ୍ୟ ଷ୍ଟେସନଗୁଡ଼ିକର ଯାତ୍ରୀମାନଙ୍କୁ ମଧ୍ୟ ଉନ୍ନତ ରେଳ ସୁବିଧା ଉପଲବ୍ଧ ହେବ।

----------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande