ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏସୀୟ କ୍ରୀଡ଼ାରେ ଭାରତୀୟ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଲେ
ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ଶୁକ୍ରବାର ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ସମସ୍ତ ଭାରତୀୟ କ୍ରୀଡ଼ାବିତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି
ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏସୀୟ କ୍ରୀଡ଼ାରେ ଭାରତୀୟ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଲେ


ନୂଆଦିଲ୍ଲୀ, ୨୫ ସେପ୍ଟେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ନେତା ଶୁକ୍ରବାର ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ସମସ୍ତ ଭାରତୀୟ କ୍ରୀଡ଼ାବିତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ରାଷ୍ଟ୍ରପତି ଏକ୍ସ ରେ ଲେଖିଛନ୍ତି, ଏସୀୟ କ୍ରୀଡ଼ାରେ ସୁଟିଂରେ ଭାରତ ପାଇଁ ଏକ ଗର୍ବର ମୁହୂର୍ତ । ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ୍ ଟିମ୍ ଇଭେଂଟରେ ରୌପ୍ୟ ପଦକ ଜିତିଥିବା ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ରୁଦ୍ରାକ୍ଷ ବାଲାସାହେବ ପାଟିଲ ଏବଂ ନୀରଜ କୁମାର, ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଂଟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା କମଲଜିତ୍ ଏବଂ ସୁରୁଚି ଇନ୍ଦର ସିଂହଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆପଣ ମାନଙ୍କର ଚମତ୍କାର ପ୍ରଦର୍ଶନ ଏବଂ ଉତ୍କୃଷ୍ଟ ଦଳଗତ କାର୍ଯ୍ୟ ଯୋଗୁଁ ଭାରତ ସୁଟିଂ ରେଞ୍ଜ୍ ରେ ଆଉ ଏକ ପଦକ ପାଇଛି । ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଂଟରେ ଏହି ଯୋଡ଼ି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି । ନିର୍ଭୁଲ ସୁଟିଂ ଏବଂ ଉତ୍କୃଷ୍ଟ ସମନ୍ୱୟର ଚମତ୍କାର ପ୍ରଦର୍ଶନ । ଭବିଷ୍ୟତରେ ସମାନ ସଫଳତା ପାଇଁ ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା ।

ଉପରାଷ୍ଟ୍ରପତି କହିଲେ ଯେ, ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ପୁରୁଷ ବ୍ୟାଡମିଂଟନ ଦଳ, ପରିନାଜ ଧାଲିୱାଲ, ଅନନ୍ତଜିତ ସିଂହ ନାରୁକା ଏବଂ ସୀମାଙ୍କ ଚମତ୍କାର ପ୍ରଦର୍ଶନ ଏବଂ ସ୍କିଟ୍ ମିକ୍ସଡ୍ ଟିମ୍ ଇଭେଂଟରେ ଭାରତ ପାଇଁ ପ୍ରଥମ ଏସୀୟ କ୍ରୀଡା ପଦକ ଜିତିଥିବା ପରିନାଜ ଧାଲିୱାଲ ଏବଂ ଅନନ୍ତଜିତ ସିଂହ ନାରୁକାଙ୍କ ଚମତ୍କାର ପ୍ରଦର୍ଶନ, ମହିଳାଙ୍କ ୧୦,୦୦୦ ମିଟର ଦୌଡ଼ରେ ପଦକ ପାଇଁ ଭାରତର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ସୀମାଙ୍କ ଚମତ୍କାର ସଫଳତା, ଏହି ସମସ୍ତ ସଫଳତା ସମର୍ପଣ, ଧୈର୍ଯ୍ୟ ଏବଂ ବର୍ଷ ବର୍ଷର କଠିନ ପରିଶ୍ରମକୁ ପ୍ରତିଫଳିତ କରେ । ସେମାନେ ନୂତନ ଶିଖର ହାସଲ କରିବା ଜାରି ରଖନ୍ତୁ ଏବଂ ସେମାନଙ୍କ ସଫଳତା ଦ୍ୱାରା ଆହୁରି ଅନେକଙ୍କୁ ପ୍ରେରଣା ଦିଅନ୍ତୁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande