
ବରପେଟା (ଆସାମ), ୨୯ ସେପ୍େଟମ୍ବର (ହି.ସ.)- ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ମଙ୍ଗଳବାର ବରପେଟା ଜିଲ୍ଲା ଅନ୍ତର୍ଗତ ବରପେଟାରୋଡସ୍ଥିତ ଆଜାଦ ନଗରରେ ରହୁଥିବା ମୁସ୍ତଫିଜୁର ରହମାନଙ୍କୁ ହାଜତକୁ ନେଇଛି ଏବଂ ସନ୍ଦିଗ୍ଧ ଜିହାଦୀ କାର୍ଯ୍ୟକଳାପ ସହ ଜଡିତ ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ତାଙ୍କ ଘରେ ତଲାସି କରିଛି।
ସୂତ୍ର ଅନୁଯାୟୀ, ଏନଆଇଏର ଏକ ଟିମ୍ ରହମାନଙ୍କ ଘରେ ପହଂଚିି ତଲାସି ଅଭିଯାନ ଚଳାଇଥିଲା, ଏହି ସମୟରେ ତାଙ୍କ ମୋବାଇଲ ଫୋନ ଜବତ କରାଯାଇଥିଲା। ଆସାମ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ତାଙ୍କୁ ଗିରଫ କରିବା ପରେ ସେ ଜେଲରେ ଥିଲେ; ଗୁଆହାଟୀ ସେଂଟ୍ରାଲ ଜେଲରୁ ରହମାନ ମୁକ୍ତ ହେବାର ପ୍ରାୟ ଦୁଇ ମାସ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ରହମାନଙ୍କୁ ଏସଟିଏଫ ମାର୍ଚ୍ଚ ୧୪ରେ ବରପେଟା ରୋଡର ଆଜାଦ ନଗରରୁ ଜିହାଦୀ କାର୍ଯ୍ୟକଳାପ ସହ କଥିତ ସମ୍ପର୍କ ଅଭିଯୋଗରେ ଗିରଫ କରିଥିଲା। ସେତେବେଳେ ପ୍ରକାଶିତ ରିପୋର୍ଟଗୁଡିକରେ କୁହାଯାଇଥିଲା ଯେ ଏସଟିଏଫ ତଦନ୍ତ ସହ ଜଡିତ ତଲାସି ସମୟରେ ଇଲେକ୍ଟ୍ରୋନିକ ଡିଭାଇସ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା।
ଗିରଫ ପରେ, ରହମାନ ଦୀର୍ଘ ସମୟ ଧରି ଗୁଆହାଟୀ ସେଂଟ୍ରାଲ ଜେଲରେ ଥିଲେ ଏବଂ ପ୍ରାୟ ଦୁଇ ମାସ ପୂର୍ବରୁ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।
----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ