ଆଇସିସିଆର ହିନ୍ଦୀ ପଖବାଡ଼ା ସମାପନ ସମାରୋହ'ରେ ହିନ୍ଦୀ ନିବନ୍ଧ ପ୍ରତିଯୋଗିତାରେ ଶ୍ରୀଲଙ୍କାର ଛାତ୍ରୀ ଜିତିଲେ ପ୍ରଥମ ପୁରସ୍କାର
ନୂଆଦିଲ୍ଲୀ, ୨୯ ସେପ୍େଟମ୍ବର (ହି.ସ.)- ଦିଲ୍ଲୀସ୍ଥିତ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ (ଆଇସିସିଆର) ପକ୍ଷରୁ ଆୟୋଜିତ ୧୪ ଦିନିଆ ‘ହିନ୍ଦୀ ପଖବାଡ଼ା ସମାପନ ସମାରୋହ’ରେ ତିନି ଦେଶର ଛାତ୍ରଛାତ୍ରୀମାନେ ହିନ୍ଦୀ ନିବନ୍ଧ ଲେଖନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ। ଏ
ଆଇସିସିଆର ହିନ୍ଦୀ ପଖବାଡ଼ା ସମାପନ ସମାରୋହ'ରେ ହିନ୍ଦୀ ନିବନ୍ଧ ପ୍ରତିଯୋଗିତାରେ ଶ୍ରୀଲଙ୍କାର ଛାତ୍ରୀ ଜିତିଲେ ପ୍ରଥମ ପୁରସ୍କାର


ନୂଆଦିଲ୍ଲୀ, ୨୯ ସେପ୍େଟମ୍ବର (ହି.ସ.)- ଦିଲ୍ଲୀସ୍ଥିତ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ (ଆଇସିସିଆର) ପକ୍ଷରୁ ଆୟୋଜିତ ୧୪ ଦିନିଆ ‘ହିନ୍ଦୀ ପଖବାଡ଼ା ସମାପନ ସମାରୋହ’ରେ ତିନି ଦେଶର ଛାତ୍ରଛାତ୍ରୀମାନେ ହିନ୍ଦୀ ନିବନ୍ଧ ଲେଖନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୦ ଦେଶର ବିଦେଶୀ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସେମାନେ ଭାରତ ପ୍ରତି ନିଜର ଗଭୀର ଆସକ୍ତି ଏବଂ ଅନୁଭବ ବାଂଟିଥିଲେ।

ଆଇସିସିଆର ଅନୁଯାୟୀ ସୋମବାର ଆୟୋଜିତ କାର୍ଯ୍ୟକ୍ରମର ବିଷୟ ଥିଲା ଭାରତ ମୋ ହୃଦୟରେ ବାସ କରେ'। ଏହି ସମସ୍ତ ଛାତ୍ରଛାତ୍ରୀ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆଇସିସିଆର ଛାତ୍ରବୃତି ଅଧୀନରେ ଅଧ୍ୟୟନ କରୁଛନ୍ତି। ହିନ୍ଦୀ ନିବନ୍ଧ ଲେଖନ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଜନୁଦି ବୀରରୱେ (ଶ୍ରୀଲଙ୍କା), ଦ୍ୱିତୀୟ ପୁରସ୍କାର ସବରିନା (ଉଜବେକିସ୍ତାନ), ତୃତୀୟ ପୁରସ୍କାର ଭାଲେରିଆ (ୟୁକ୍ରେନ), ସାନ୍ତ୍ୱନା ପୁରସ୍କାର ଉଜବେକିସ୍ତାନ, ବାଂଲାଦେଶ ଏବଂ ନେପାଳର ପ୍ରତିଯୋଗୀମାନଙ୍କୁ ଦିଆଯାଇଥିଲା। ଏହି ଅବସରରେ ବକ୍ତାମାନେ ହିନ୍ଦୀର ସମୃଦ୍ଧ ସାଂସ୍କୃତିକ ପରିପ୍ରେକ୍ଷିତ, ମାନବୀୟ ସମ୍ବେଦନା ତଥା ବିଶ୍ୱବ୍ୟାପୀ ପ୍ରସାର ଉପରେ ପ୍ରେରଣାଦାୟୀ ବ୍ୟାଖ୍ୟାନ ଦେଇଥିଲେ।

ଏହି ଅବସରରେ ବିଦେଶୀ ଛାତ୍ରଛାତ୍ରୀମାନେ କହିଥିଲେ, “ଭାରତ ଆମ ହୃଦୟରେ ବାସ କରେ। ଆମେ ଏହାକୁ କେବଳ ଏକ ଦେଶ ଭାବରେ ନୁହେଁ, ବରଂ ଶିକ୍ଷା, ସଂସ୍କୃତି, ସଙ୍ଗୀତ, ଯୋଗ, କଳା ଏବଂ ମାନବୀୟ ସମ୍ପର୍କ ରୂପେ ଅନୁଭବ କରିଛୁ।

ସମାରୋହକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରି କେନ୍ଦ୍ରୀୟ ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଭାରତର ଭାଷାଗତ ବିବିଧତା ଆମର ଦୁର୍ବଳତା ନୁହେଁ, ବରଂ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ସାଂସ୍କୃତିକ ପୁଞ୍ଜି। ସେ ଉଲ୍ଲେଖ କରିଥିଲେ ଯେ ଯୋଗ, ଆୟୁର୍ବେଦ ଏବଂ ଭାରତୀୟ ଜ୍ଞାନ ପରମ୍ପରାର ବିଶ୍ୱବ୍ୟାପୀ ପ୍ରସାର ନିଜ ଭାଷାଗୁଡ଼ିକ ମାଧ୍ୟମରେ ହିଁ ସବୁଠାରୁ ସଶକ୍ତ ଭାବରେ ସମ୍ଭବ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande