ଦେଶବ୍ୟାପୀ ୨ ଅକ୍ଟୋବରରୁ ଜାତୀୟ ରାଜପଥଗୁଡିକରେ ବିଶେଷ ଅଭିଯାନ-୬.୦, ସଫେଇ ଏବଂ ସୁରକ୍ଷା ଉପରେ ରହିବ ଜୋର
ନୂଆଦିଲ୍ଲୀ, ୨୯ ସେପ୍େଟମ୍ବର (ହି.ସ.)- କେନ୍ଦ୍ର ସରକାର ୨ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବିଶେଷ ଅଭିଯାନ-୬.୦ ଚଳାଇବ। ଏହା ଅଧୀନରେ ଜାତୀୟ ରାଜପଥ ଏବଂ ଟୋଲ ପ୍ଲାଜାର ସଫେଇ, ରକ୍ଷଣାବେକ୍ଷଣ, ଗାତମୁକ୍ତ ରାସ୍ତା, ଶୌଚାଳୟର ଉନ୍ନତିକରଣ, ଉନ୍ନତ ଆଲୋକ ବ୍ୟବସ୍ଥା ଏବଂ ସଡକ ସଙ୍କେତକରେ ସୁଧାର ଉପରେ ବିଶେଷ
ଦେଶବ୍ୟାପୀ ୨ ଅକ୍ଟୋବରରୁ ଜାତୀୟ ରାଜପଥଗୁଡିକରେ ବିଶେଷ ଅଭିଯାନ-୬.୦, ସଫେଇ ଏବଂ ସୁରକ୍ଷା ଉପରେ ରହିବ ଜୋର


ନୂଆଦିଲ୍ଲୀ, ୨୯ ସେପ୍େଟମ୍ବର (ହି.ସ.)- କେନ୍ଦ୍ର ସରକାର ୨ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ବିଶେଷ ଅଭିଯାନ-୬.୦ ଚଳାଇବ। ଏହା ଅଧୀନରେ ଜାତୀୟ ରାଜପଥ ଏବଂ ଟୋଲ ପ୍ଲାଜାର ସଫେଇ, ରକ୍ଷଣାବେକ୍ଷଣ, ଗାତମୁକ୍ତ ରାସ୍ତା, ଶୌଚାଳୟର ଉନ୍ନତିକରଣ, ଉନ୍ନତ ଆଲୋକ ବ୍ୟବସ୍ଥା ଏବଂ ସଡକ ସଙ୍କେତକରେ ସୁଧାର ଉପରେ ବିଶେଷ ଧ୍ୟାନ ଦିଆଯିବ। ଅଭିଯାନର ଉଦ୍ଦେଶ୍ୟ ଜାତୀୟ ରାଜପଥଗୁଡିକୁ ଅଧିକ ସ୍ୱଚ୍ଛ, ସୁରକ୍ଷିତ ଏବଂ ସୁବିଧାଜନକ କରିବା।

କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅନୁଯାୟୀ, ଅଭିଯାନ ସମୟରେ ବିଶେଷ ଭାବେ ସହରାଂଚଳ ଦେଇ ଯାଉଥିବା ଜାତୀୟ ରାଜପଥଗୁଡିକରୁ ଆବର୍ଜନା ହଟାଯିବ। ଟୋଲ ପ୍ଲାଜାର ଶୌଚାଳୟଗୁଡିକର ନବୀକରଣ ଏବଂ ନିୟମିତ ରକ୍ଷଣାବେକ୍ଷଣ କରାଯିବ। ଏହା ସହିତ ଟୋଲ ପ୍ଲାଜାରେ ସଫେଇ, ରଙ୍ଗରୋଗଣ, ଉନ୍ନତ ଆଲୋକ ଏବଂ ସୌର ଶକ୍ତି ସୁବିଧାକୁ ପ୍ରୋତ୍ସାହନ ଦେବା ଉପରେ ଜୋର ରହିବ।

ମନ୍ତ୍ରଣାଳୟ ଅନୁଯାୟୀ, ସଡକ ସଙ୍କେତକରେ ସୁଧାର, ରୋଡ ମାର୍କିଂର ଦୃଶ୍ୟମାନତା ବଢାଇବା ଏବଂ ଜାତୀୟ ରାଜପଥଗୁଡିକୁ ଗାତମୁକ୍ତ କରିବା ପାଇଁ ମଧ୍ୟ ବିଶେଷ ଅଭିଯାନ ଚଳାଯିବ। ଏହା ଦ୍ୱାରା ସଡକ ବ୍ୟବହାରକାରୀଙ୍କ ସୁବିଧା ଏବଂ ସୁରକ୍ଷା ଉନ୍ନତ କରିବାର ପ୍ରୟାସ କରାଯିବ।

ମନ୍ତ୍ରଣାଳୟ କହିଛି ଯେ ଅଭିଯାନ ଦୁଇଟି ପର୍ଯ୍ୟାୟରେ ପରିଚାଳିତ ହେଉଛି। ୧୫ରୁ ୩୦ ସେପ୍େଟମ୍ବର ପର୍ଯ୍ୟନ୍ତ ପ୍ରସ୍ତୁତି ପର୍ଯ୍ୟାୟ ଚାଲିଛି, ଯେଉଁଥିରେ ଲକ୍ଷ୍ୟ ଚିହ୍ନଟ, ସଫେଇ ଅଭିଯାନର ଯୋଜନା, ଅନୁପଯୋଗୀ ସାମଗ୍ରୀର ନିଷ୍ପତି ଏବଂ ଅନ୍ୟାନ୍ୟ ପ୍ରସ୍ତୁତି କରାଯାଉଛି। ମୁଖ୍ୟ ଅଭିଯାନ ୨ ଅକ୍ଟୋବରରୁ ଆରମ୍ଭ ହେବ।

--------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande