ମାନାଙ୍ଗରେ ତୁଷାରପାତ, ୪ ମୃତ, ୧୨ ନିଖୋଜ
କାଠମାଣ୍ଡୁ, ସେପ୍ଟେମ୍ବର ୨୯ (ହି.ସ.) - ନେପାଳର ମାନଙ୍ଗ ଜିଲ୍ଲାର ଉଚ୍ଚ ହିମାଳୟ ଅଂଚଳ ବରଫଭୂମିରେ ଏକ ତୁଷାରପାତ ହେବା ପରେ ନିଖୋଜ ଲୋକଙ୍କୁ ଖୋଜିବା କଷ୍ଟକର ହୋଇପଡ଼ିଛି। ଏପର୍ଯ୍ୟନ୍ତ ଚାରିଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି। ସେମାନେ ବରଫ ତଳେ ଚାପି ହୋଇ ରହିଥିବା ଆଶଙ୍କ
ମାନାଙ୍ଗରେ ତୁଷାରପାତ, ୪ ମୃତ, ୧୨ ନିଖୋଜ


କାଠମାଣ୍ଡୁ, ସେପ୍ଟେମ୍ବର ୨୯ (ହି.ସ.) - ନେପାଳର ମାନଙ୍ଗ ଜିଲ୍ଲାର ଉଚ୍ଚ ହିମାଳୟ ଅଂଚଳ ବରଫଭୂମିରେ ଏକ ତୁଷାରପାତ ହେବା ପରେ ନିଖୋଜ ଲୋକଙ୍କୁ ଖୋଜିବା କଷ୍ଟକର ହୋଇପଡ଼ିଛି। ଏପର୍ଯ୍ୟନ୍ତ ଚାରିଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି। ସେମାନେ ବରଫ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ରବିବାର ଦିନ ନରଫଭୂମି ଗ୍ରାମାଂଚଳର ହିମଲୁଙ୍ଗ ଅଂଚଳରେ ପ୍ରାୟ ୫,୨୦୦ ମିଟର ଉଚ୍ଚତାରେ ଏହି ତୁଷାରପାତ ଘଟିଥିଲା। ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ନେପାଳ ନ୍ୟାସନାଲ ମାଉଂଟେନ ଗାଇଡ୍ସ ଆସୋସିଏସନ ଅନୁଯାୟୀ, ସର୍ଚ୍ଚ ଅପରେସନ ସମୟରେ ରବିବାର ଦୁଇଟି ଏବଂ ସୋମବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକମାନେ ହେଲେ ବୀରେନ୍ଦ୍ର ଗୁରୁଙ୍ଗ, ଘନଶ୍ୟାମ ରାୟ, ଛେଭି ଭୋଟ ଏବଂ ପାସଙ୍ଗ ଭୋଟ। ଉଦ୍ଧାରକାରୀମାନେ ଏବେ ବି ଘଟଣାସ୍ଥଳ ନିକଟରେ ଅଛନ୍ତି, କିନ୍ତୁ ଆଉ ଖନନ କରିବାରେ ଅସମର୍ଥ। ଆଉ ଏକ ତୁଷାରପାତର ଆଶଙ୍କା ମଧ୍ୟ ରହିଛି। ଏଭଳି ସ୍ଥିତିରେ ପରବର୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଉଚ୍ଚ ସ୍ତରରେ ନିଷ୍ପତି ନିଆଯିବାର ସମ୍ଭାବନା ରହିଛି।

ମାନଙ୍ଗର ସହକାରୀ ମୁଖ୍ୟ ଜିଲ୍ଲା ଅଧିକାରୀ କୃଷ୍ଣ ପ୍ରସାଦ ପାଉଦେଲ କହିଛନ୍ତି ଯେ ତୁଷାରପାତ ପରଠାରୁ ୧୨ ଜଣ ନିଖୋଜ ଅଛନ୍ତି। ସେମାନେ ବରଫ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଉଚ୍ଚ ହିମାଳୟ ଅଞ୍ଚଳରେ ବ୍ୟାପକ ତୁଷାରପାତ ଯୋଗୁଁ ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ହୋଇଯାଇଛି। ପାଉଦେଲ ସୂଚନା ଦେଇଛନ୍ତି ଯେ ମଙ୍ଗଳବାର ଦିନ ଏହି ସ୍ଥାନରେ ଖୋଜାଖୋଜି ଏବଂ ଉଦ୍ଧାର କାର୍ଯ୍ୟ କରାଯାଇ ନାହିଁ, କାରଣ ଏହି ଅଂଚଳର ଦୁର୍ଗମ ଭୌଗୋଳିକ ସ୍ଥିତି ଏବଂ ଦୁର୍ଘଟଣାର ପ୍ରକୃତି କାର୍ଯ୍ୟ ପରିଚାଳନା କରିବା କଷ୍ଟକର କରିଦେଇଛି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande