ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କୁ ଭେଟିଲେ ଭାରତୀୟ ରାଜଦୂତ ନବୀନ ଶ୍ରୀବାସ୍ତବ
କାଠମାଣ୍ଡୁ, ୨୯ ସେପ୍ଟେମ୍ବର (ହି.ସ.) - ନେପାଳରେ ଭାରତର ରାଜଦୂତ ନବୀନ ଶ୍ରୀବାସ୍ତବ ମଙ୍ଗଳବାର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କୁ ସାକ୍ଷାତ କରିଛନ୍ତି। ସିଂହଦରବାରସ୍ଥିତ ପ୍ରଧାନମନ୍ତ୍ରୀ ତଥା ମନ୍ତ୍ରିପରିଷଦ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଶାହ ଓ ଭାରତୀୟ ରାଜଦୂତ ଶ୍ରୀବାସ୍ତବଙ୍କ ମଧ୍ୟରେ ଏହ
ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କୁ ଭେଟିଲେ ଭାରତୀୟ ରାଜଦୂତ ନବୀନ ଶ୍ରୀବାସ୍ତବ


କାଠମାଣ୍ଡୁ, ୨୯ ସେପ୍ଟେମ୍ବର (ହି.ସ.) - ନେପାଳରେ ଭାରତର ରାଜଦୂତ ନବୀନ ଶ୍ରୀବାସ୍ତବ ମଙ୍ଗଳବାର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କୁ ସାକ୍ଷାତ କରିଛନ୍ତି।

ସିଂହଦରବାରସ୍ଥିତ ପ୍ରଧାନମନ୍ତ୍ରୀ ତଥା ମନ୍ତ୍ରିପରିଷଦ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ଶାହ ଓ ଭାରତୀୟ ରାଜଦୂତ ଶ୍ରୀବାସ୍ତବଙ୍କ ମଧ୍ୟରେ ଏହି ସାକ୍ଷାତକାର ହୋଇଥିଲା।

ନେପାଳରେ ଭାରତୀୟ ରାଜଦୂତ ଭାବେ ନବୀନ ଶ୍ରୀବାସ୍ତବଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। କାର୍ଯ୍ୟକାଳ ଶେଷ ପରେ ସେ ଭାରତ ଫେରିବେ। ଭାରତ ପ୍ରତ୍ୟାବର୍ତନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହ ବିଦାୟୀ ସାକ୍ଷାତ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଭାରତୀୟ ରାଜଦୂତ ନବୀନ ଶ୍ରୀବାସ୍ତବଙ୍କୁ ଭଗବାନ ବୁଦ୍ଧଙ୍କ ଏକ ପ୍ରତିମୂର୍ତି ଉପହାର ସ୍ୱରୂପ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande