
ନୂଆଦିଲ୍ଲୀ, ୨୯ ସେପ୍ଟେମ୍ବର (ହି.ସ.)। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ଗତ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ ଦିଲ୍ଲୀରେ ହୋଇଥିବା ପ୍ରମୁଖ ବିକାଶମୂଳକ କାର୍ଯ୍ୟ ଏବଂ ଜନକଲ୍ୟାଣକାରୀ ପଦକ୍ଷେପ ଉପରେ ଆଧାରିତ ଏକ ପୁସ୍ତିକା ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରେଖା ଗୁପ୍ତାଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତର ଫଟୋ ସେୟାର କରାଯାଇଛି।
ପରେ ରେଖା ଗୁପ୍ତା ‘ଏକ୍ସ’ରେ ଏକ ପୋଷ୍ଟ କରି କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀଙ୍କୁ ଶିଷ୍ଟାଚାର ସାକ୍ଷାତ କରି ତାଙ୍କ ମାର୍ଗଦର୍ଶନ ଲାଭ କରିଛନ୍ତି। ଏହି ଅବସରରେ ଗତ ଦେଢ଼ ବର୍ଷ ମଧ୍ୟରେ ଦିଲ୍ଲୀରେ ହୋଇଥିବା ପ୍ରମୁଖ ବିକାଶମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କିତ ଏକ ପୁସ୍ତିକା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦିଆଯାଇଥିବା ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତ୍ୟେକ ସାକ୍ଷାତ ତାଙ୍କୁ ନୂଆ ପ୍ରେରଣା ପ୍ରଦାନ କରେ। ତାଙ୍କ ସ୍ନେହ ଓ ମାର୍ଗଦର୍ଶନ ରାଷ୍ଟ୍ରସେବା ଏବଂ ଜନସେବା ପ୍ରତି ତାଙ୍କ ସଂକଳ୍ପକୁ ଆହୁରି ଦୃଢ଼ କରେ ବୋଲି ସେ କହିଛନ୍ତି।
ରେଖା ଗୁପ୍ତା କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ତାଙ୍କୁ ‘ବିକଶିତ ଭାରତ’ର ଲକ୍ଷ୍ୟ ଅନୁରୂପ ‘ବିକଶିତ ଦିଲ୍ଲୀ’ ଗଠନ ପାଇଁ ଆହୁରି ସମର୍ପଣର ସହ କାର୍ଯ୍ୟ କରିବାକୁ ପ୍ରେରିତ କରେ।
ପ୍ରଧାନମନ୍ତ୍ରୀ ତାଙ୍କୁ ମୂଲ୍ୟବାନ ସମୟ ପ୍ରଦାନ କରିବା ସହ ସ୍ନେହପୂର୍ଣ୍ଣ ମାର୍ଗଦର୍ଶନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୃତଜ୍ଞତା ଜଣାଇଛନ୍ତି ।
--------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ