ଭେତ୍ରି ପୟନମ୍ ଯୋଜନା ତାମିଲନାଡ଼ୁରେ ଘରୋଇ ବସ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବା ନେଇ ଦାବି, ସେପ୍ଟେମ୍ବର ୩୦ରେ ହରତାଳ
ଚେନ୍ନାଇ, ୨୯ ସେପ୍ଟେମ୍ବର (ହି.ସ.)- ଘରୋଇ ବସ୍ ରେ ମଧ୍ୟ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରି ତାମିଲନାଡ଼ୁ ଘରୋଇ ବସ୍ ମାଲିକ ମହାସଂଘ ସେପ୍ଟେମ୍ବର ୩୦ ତାରିଖରେ ୨୪ ଘଂଟାର ସାଂକେତିକ ଧର୍ମଘଟ ଘୋଷଣା କରିଛି । ମହାସଂଘ ଅନୁଯାୟୀ, ସେପ୍ଟେମ୍ବର ୩୦ ତାରିଖ ରାତି
ଭେତ୍ରି ପୟନମ୍ ଯୋଜନା ତାମିଲନାଡ଼ୁରେ ଘରୋଇ ବସ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବା ନେଇ ଦାବି, ସେପ୍ଟେମ୍ବର ୩୦ରେ ହରତାଳ


ଚେନ୍ନାଇ, ୨୯ ସେପ୍ଟେମ୍ବର (ହି.ସ.)- ଘରୋଇ ବସ୍ ରେ ମଧ୍ୟ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରି ତାମିଲନାଡ଼ୁ ଘରୋଇ ବସ୍ ମାଲିକ ମହାସଂଘ ସେପ୍ଟେମ୍ବର ୩୦ ତାରିଖରେ ୨୪ ଘଂଟାର ସାଂକେତିକ ଧର୍ମଘଟ ଘୋଷଣା କରିଛି । ମହାସଂଘ ଅନୁଯାୟୀ, ସେପ୍ଟେମ୍ବର ୩୦ ତାରିଖ ରାତି ୧୨ଟା ୧ଟାରୁ ରାତି ୧୧ଟା ୫୯ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ।

ଘରୋଇ ବସ୍ ମାଲିକମାନେ କହିଛନ୍ତି ଯେ, ଯେପରି ମହିଳାମାନଙ୍କୁ ସରକାରୀ ବସ୍ ରେ ମାଗଣା ଯାତ୍ରା କରିବାର ସୁବିଧା ଦିଆଯାଉଛି, ସେହିପରି ମହିଳା, ଟ୍ରାନ୍ସଜେଣ୍ଡର ଏବଂ ଭିନ୍ନକ୍ଷମମାନଙ୍କୁ ଘରୋଇ ବସ୍ ରେ ମଧ୍ୟ ମାଗଣା ଯାତ୍ରା କରିବାକୁ ଅନୁମତି ଦିଆଯିବା ଉଚିତ୍ । ସଂଗଠନ ଦାବି କରିଛି ଯେ ମାଗଣା ଯାତ୍ରା ଦ୍ୱାରା ରାଜସ୍ୱ କ୍ଷତିର କ୍ଷତିପୂରଣ ପାଇଁ ତାମିଲନାଡୁ ସରକାର ଘରୋଇ ବସ୍ ସଂଚାଳକମାନଙ୍କୁ ସବସିଡି ଦିଅନ୍ତୁ ।

ମହାସଂଘ ଅନୁଯାୟୀ, ପ୍ରାୟ ତିନି ଲକ୍ଷ ପରିବାର ଘରୋଇ ବସ୍ କ୍ଷେତ୍ର ସହିତ ଜଡ଼ିତ । ଘରୋଇ ବସ୍ ମାଲିକମାନେ କହିଛନ୍ତି ଯେ, ଜିଲ୍ଲା ମଧ୍ୟରେ ଚାଲୁଥିବା ସରକାରୀ ବସ୍ ରେ ମାଗଣା ଯାତ୍ରା ଯୋଜନା କାର୍ଯ୍ୟକାରୀ ହେବା ଘରୋଇ ବସ୍ ସେବା ଉପରେ ଆର୍ôଥକ ପ୍ରଭାବ ପକାଇପାରେ । ସେମାନଙ୍କ କହିବା କଥା ହେଲା, ଯଦି ଘରୋଇ ବସ୍ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୁଏ, ତେବେ ରାଜସ୍ୱ କ୍ଷତିର କ୍ଷତିପୂରଣ ପାଇଁ ସରକାର ଆର୍ôଥକ ସହାୟତା ପ୍ରଦାନ କରିବା ଉଚିତ୍ ।

ତାମିଲନାଡ଼ୁରେ ମହାନଗରଗୁଡ଼ିକର ସାଧାରଣ ସରକାରୀ ବସ୍ ରେ ମହିଳାମାନଙ୍କ ପାଇଁ ଏକ ମାଗଣା ଯାତ୍ରା ଯୋଜନା ପୂର୍ବରୁ ରହିଛି । ଏଥି ସହିତ, ଟି. ଭି. କେ. ର ନିର୍ବାଚନୀ ପ୍ରତିଶ୍ରୁତିର ଅଂଶବିଶେଷ ସ୍ୱରୂପ ଆନ୍ତଃଜିଲ୍ଲା ବସ୍ ରେ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ମଧ୍ୟ ଘୋଷଣା କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ବିଜୟ କ୍ଷମତାକୁ ଆସିବା ପରେ ପ୍ରଥମ ବିଧାନସଭା ଅଧିବେଶନରେ ନିୟମ ନମ୍ବର ୧୧୦ ଅଧୀନରେ ଭେତ୍ରି ପୟନମ୍ '(ସଫଳ ଯାତ୍ରା) ଯୋଜନା ଘୋଷଣା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande