
ଭୁବନେଶ୍ୱର, 04 ସେପ୍ଟେମ୍ବର (ହି.ସ.)- ଭୁଟାନର ଥିମ୍ପୁ ଅଭିମୁଖେ ଯାତ୍ରା କରିଛନ୍ତି
ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଅବସରରେ ସେ ସାଉଥ୍ ଏସିଆ ରିଜିଓନାଲ୍
ପାର୍ଲାମେଣ୍ଟାରୀ ଫୋରମ୍ ପକ୍ଷରୁ ଆୟୋଜିତ ପରିବେଶ, ଜଳବାୟୁ ଓ ସ୍ଥାୟୀ ବିକାଶ ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀ
ପାଇଁ ମନୋନୀତ କରାଯାଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା