
ଜୟପୁର, ୦୪ ସେପ୍ଟେମ୍ବର (ହି.ସ.) - ଲୁଟ ଉଦ୍ୟମ ମାମଲାର ପର୍ଦ୍ଦାଫାସ କରିଛି ଜୟପୁର ସଦର ପୋଲିସ। ଏହି ମାମଲାରରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ବୋରିଗୁମ୍ମା ଥାନା ଡାଙ୍ଗରା ଗ୍ରାମର ମନୋଜ ଦିସାରି (୨୦) । ପୋଲିସ ସୁଚନା ଅନୁଯାଇ ଆମ୍ବାଗୁଡୁ ଫାଣ୍ଡିର ଏଏସଆଇ ସୁଶାନ୍ତ କୁମାର ଜେନା ଗତ ୨ ତାରିଖ ରାତ୍ର ରେ ପେଟ୍ରୋଲିଂ କରୁଥିବା ବେଳେ ଡିସିସି କୋରାପୁଟର ଫୋନ କଲ ଆସିଥିଲା । ଆମ୍ବାଗୁଡା ଏସବିଆଇ ଏଟିଏମ ଲୁଟ ଉଦ୍ୟମ ହେଉଥିବା ସୁଚନା ପହଂଚି ଥିଲା । ଏହା ଚୋରି ଉଦ୍ୟମର ଫୁଟେଜ ମଧ୍ୟ ଆସିଥିଲା । ସୂଚନା ଆଧାରରେ ପୋଲିସ ଏଟିଏମ ପାଖରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ସେଠାରୁ ଦୁର୍ବୁତ ଚମ୍ପଟ ମାରିଥିଲା । ମୁହଁରେ କଳା କାନା ବାନ୍ଧି ଲୁଟ ଉଦ୍ୟମ କରୁଥିବା ଭିଡିଓ ରେ ଫୁଟେଜ ଥିଲା । ଭିଡିଓ ଆଧାରରେ ପୋଲିସ ମମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ଗୋଟିଏ ଲୁହା ରଡ, ସ୍କୁ ଡ୍ରାଇଭରକୁ ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି