
ବଲାଙ୍ଗିର, ୦୪ ସେପ୍େଟମ୍ବର (ହି.ସ.) - ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବଲାଙ୍ଗିର ପକ୍ଷରୁ ଏଡ୍ସ ନିୟନ୍ତ୍ରଣ ସମିତିର ସହଯୋଗରେ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ କୌତୁକ ପନ୍ଦରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ସଭାକୁ ସଂଚାଳନ କରିଥିଲେ ଓଡ଼ିଆ ବିଭାଗର ମୁଖ୍ୟ ସହକାରୀ ପ୍ରଫେସର ଶ୍ରୀକାନ୍ତ କୁମାର ବାରିକ । ଏହି ଅବସରରେ ସଚେତନ ବାର୍କ୍ଷା ଦେଇ ଅଧ୍ୟକ୍ଷ କହିଛନ୍ତି ଏଡ୍ସ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ଏହା ସହ ଜଡ଼ିତ ଭ୍ରାନ୍ତ ଧାରଣା ଓ ସାମାଜିକ ଅବହେଳା ମଧ୍ୟ ଏକ ବଡ଼ ଆହ୍ୱାନ। ଏଡ୍ସ ସମ୍ପର୍କରେ ସଠିକ୍ ତଥ୍ୟ ଜାଣିବା, ଅନ୍ୟମାନଙ୍କୁ ସଚେତନ କରିବା ଏବଂ ବିଭିନ୍ନ ଭୁଲ ଧାରଣା ଦୂର କରିବା ଆମ ସମସ୍ତଙ୍କ ଦାୟିତ୍ୱ। ବିଶେଷକରି ଯୁବପିଢ଼ି ସଚେତନ ହେଲେ ଏକ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ସମ୍ଭବ। ଆସନ୍ତୁ, ଆମେ ସମସ୍ତେ ମିଶି ଏଡ୍ସ ବିରୋଧରେ ସଚେତନତାର ବାର୍କ୍ଷା ପହଂଚାଇବା ଏବଂ ଏଡ୍ସ ସହିତ ବଂଚୁଥିବା ବ୍ୟକ୍ତିଙ୍କ ପ୍ରତି ସମ୍ମାନ, ସହାନୁଭୂତି ଓ ସହଯୋଗର ମନୋଭାବ ରଖିବା।”ଏଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସଭାପତି ମହୋଦୟ ଉପସ୍ଥିତ ରହି ଏଡ୍ସର କାରଣ, ନିରାକରଣ, ପ୍ରତିରୋଧ ଓ ସଚେତନତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ ପ୍ରଦାନ କରିଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଡଃ ରମଣୀ ନାଏକ, ଯୁବ ରେଡ୍ କ୍ରସ୍ ଅଧିକାରୀ ବନ୍ଦନା ବାର, ବିଭିନ୍ନ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିବା ସହିତ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଛନ୍ତି ।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ