
ଜୟପୁର, ୪ ସେପ୍ଟେମ୍ବର (ହି.ସ.)- ଜୟପୁର ସିଏମ - କିଷାନ ରବି ୨୦୨୬-୨୭ର ୫ମ କିସ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା କୃଷି ଶିକ୍ଷା ସଦନ, ଓୟୁଏଟି, ଭୁବନେଶ୍ୱର ଠାରେ ଉନ୍ମୋଚନ କରାଯାଇଥିଲା। ଏହା ରାଜ୍ୟର ସମସ୍ତ ସ୍ଥାନରେ ସିଧାପ୍ରସାରଣ କରାଯାଉଥିଲା। ଏହା କୋରାପୁଟ ଜିଲ୍ଲାର ସଦଭାବନା ସଭା ଗୃହ ଠାରେ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ, କୋରାପୁଟ, ରଘୁରାମ ମାଛ, ସ୍ବତନ୍ତ୍ର ଉନ୍ନୟନ କମିଟି, ଅଧ୍ୟକ୍ଷ, କୋରାପୁଟ, ଭଗଵାନ ମୁଦୁଲି, ଜିଲ୍ଲାପାଳ, କୋରାପୁଟ ମନୋଜ ସତ୍ୟବାନ ମହାଜନ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ, କୋରାପୁଟ, ରାଧା ବିନୋଦ ସାମନ୍ତରାୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କୋରାପୁଟ ଭବାନୀ ଶଙ୍କର ମହାପାତ୍ର, କୋରାପୁଟ, ଉପ ନିର୍ଦ୍ଦେଶକ, ଉଦ୍ୟାନ କୃଷି କୋରାପୁଟ ଅନ୍ତର୍ଯ୍ୟାମୀ ସାହୁ, ପ୍ରକଳ୍ପ ନିର୍ଦେଶ, ଜଳବିଭାଜିକା ଉନ୍ନୟନ ବିଭାଗ, କୋରାପୁଟ ଅଶୋକ ସେନାପତି, ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, କୋରାପୁଟ ଏବଂ କୃଷି ଓ ଆନୁଷଙ୍ଗିକ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର ୧୦୦ ଜଣ ଚାଷୀ ଯୋଗ ଦେଇଥିଲେ । ସିଏମ୍ କିଷାନ ଯୋଜନା ଅଧୀନରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ୍ ର ମୋଟ ୮୮,୨୮୯ ଜଣ ଚାଷୀଙ୍କୁ ସତର କୋଟି ଅଠାଅଶୀ ଲକ୍ଷ ବୟାଅଶୀ ହଜାର ପାଞ୍ଚଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିମଧ୍ୟରୁ ୮୭,୨୮୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସତର କୋଟି ପଇଁଚାଳିଶ ଲକ୍ଷ ବାଷଠି ହଜାର ଟଙ୍କା ଏବଂ ୧,୦୦୮ ଜଣ ଭୂମିହୀନ କୃଷି ପରିବାରଙ୍କୁ ତେୟାଳିଶ ଲକ୍ଷ କୋଡ଼ିଏ ହଜାର ପାଞ୍ଚଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ପିକେପି