କେନ୍ଦୁଝରରେ ସିଏମ୍-କିଷାନ ଯୋଜନାର ପଂଚମ କିସ୍ତି ସହାୟତା ବଂଟନ
କେନ୍ଦୁଝର, ୦୪ ସେପ୍ଟେମ୍ବର(ହି.ସ.) – ସିଏମ୍-କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ହିତାଧିକାରୀଙ୍କୁ ପଂଚମ କିସ୍ତି ଆର୍ôଥକ ସହାୟତା ପ୍ରଦାନ ପାଇଁ ଆଜି କେନ୍ଦୁଝର ଅଡିଟୋରିୟମ୍ ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ସୁରକ୍ଷା ଓ ଜଳବାୟୁ ପରି
Cm kisan


କେନ୍ଦୁଝର, ୦୪ ସେପ୍ଟେମ୍ବର(ହି.ସ.) – ସିଏମ୍-କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ହିତାଧିକାରୀଙ୍କୁ ପଂଚମ କିସ୍ତି ଆର୍ôଥକ ସହାୟତା ପ୍ରଦାନ ପାଇଁ ଆଜି କେନ୍ଦୁଝର ଅଡିଟୋରିୟମ୍ ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ପ୍ରଥମେ ପବିତ୍ର ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଉପସ୍ଥିତ ସମସ୍ତ ଚାଷୀ ଭାଇଭଉଣୀ ଓ ଜନସାଧାରଣଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ସେବା ସଦନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ସାରା ରାଜ୍ୟର କୃଷକ ଭାଇଭଉଣୀମାନଙ୍କ ବ୍ୟାଙ୍କ ଖାତାକୁ ରବି ୨୦୨୬-୨୭ କୃଷି କାର୍ଯ୍ୟକ୍ରମ ପାଇଁ ସିଏମ୍-କିଷାନ ଯୋଜନାର ଏହି ୫ମ ସହାୟତା ରାଶି ପ୍ରଦାନ କରିଥିଲେ। ଚାଷୀମାନଙ୍କ କଲ୍ୟାଣ ଓ ସଶକ୍ତୀକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିବା ସହ କୃଷକ-କୈନ୍ଦ୍ରିକ ଯୋଜନାର ସୁଫଳ ଯେପରି ସ୍ୱଚ୍ଛ ଏବଂ ସମୟୋପଯୋଗୀ ଭାବେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଂଚି ପାରିବ, ସେ ନେଇ ସରକାରଙ୍କ ଦୃଢ଼ ସଂକଳ୍ପକୁ ଦୋହରାଇଥିଲେ।

ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ୱଜୟୀ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ସମାରୋହର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ତତ୍ପରେ ଜିଲ୍ଲାପାଳ କେନ୍ଦୁଝର ଜିଲ୍ଲାର ୨ ଲକ୍ଷ ୭ ହଜାରରୁ ଊର୍ଦ୍ଧ୍ୱ କୃଷିଜୀବୀଙ୍କୁ ୪୧ କୋଟି ୫୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଏହି ଯୋଜନାରେ ପ୍ରଦାନ କରାଯାଉଥିବା ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ରବି ୨୦୨୬-୨୭ ଋତୁ ପାଇଁ କେନ୍ଦୁଝର ଜିଲ୍ଲାର ମୋଟ ୨,୦୭,୩୬୨ ଜଣ ହିତାଧିକାରୀଙ୍କୁ ପଂଚମ କିସ୍ତି ବାବଦରେ ୪୧ କୋଟି ୫୨ ଲକ୍ଷ ୬୩ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ୨,୦୭,୧୦୫ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ(ଏସ୍ଏମ୍ଏଫ୍)ଙ୍କୁ ୪୧ କୋଟି ୪୨ ଲକ୍ଷ ୧୦ ହଜାର ଟଙ୍କା ଏବଂ ୨୫୭ ଜଣ ଭୂମିହୀନ କୃଷି ପରିବାର(ଏଲ୍ଏଏଚ୍)ଙ୍କୁ ୧୦ ଲକ୍ଷ ୫୩ ହଜାର ଟଙ୍କା ସହାୟତା ରାଶି ମିଳିଛି।

ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଂଟିଆ ରାଜ୍ୟ ସରକାରଙ୍କ ପ୍ରଚଳିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଯଥା ସିଏମ୍-କିଷାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଧାନ କ୍ରୟ, ଓ ସୁଭଦ୍ରା ଯୋଜନା ଆଦି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଆଗାମୀ ରବି ଋତୁ ପୂର୍ବରୁ ପ୍ରଦାନ କରାଯାଇଥିବା ଏହି ସହାୟତା ରାଶି ଚାଷୀମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ କୃଷି ଉପକରଣ କ୍ରୟ କରିବାରେ ବିଶେଷ ସହାୟକ ହେବ ଏବଂ କୃଷକ ପରିବାରଗୁଡ଼ିକର ଜୀବିକାରେ ଉନ୍ନତି ଆଣିବ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ ଯୋଗ ଦେଇଥିଲେ।

ପ୍ରଶାସନିକ ସ୍ତରରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ସମେତ ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତ ଧାମଧେରେ, ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ର ଅନ୍ୟାନ୍ୟ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀବୃନ୍ଦ ଯୋଗଦେଇଥିଲେ।

କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ବହୁ ସଂଖ୍ୟକ ଚାଷୀ ଏବଂ କୃଷି ବୈଜ୍ଞାନିକମାନେ ଆଭାସୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ। ଏହି କାର୍ଯ୍ୟକ୍ରମ ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ପ୍ରସାରଣ କରିବା ସହ କୃଷକ ସମାଜ ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଦୋହରାଇବାର ସୁଯୋଗ ସୃଷ୍ଟି କରିଥିଲା। ସିଏମ୍-କିଷାନ ଏବଂ ଅନ୍ୟାନ୍ୟ କୃଷକ-କୈନ୍ଦ୍ରିକ ଯୋଜନାର ପ୍ରଭାବୀ ଓ ସ୍ୱଚ୍ଛ ରୂପାୟନ ନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପୁନର୍ବାର ପ୍ରତିଶ୍ରୁତି ବ୍ୟକ୍ତ କରିଛି, ଯାହାଦ୍ୱାରା ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର ସୁଫଳ ପାଇପାରିବେ। ସର୍ବଶେଷରେ ଚମ୍ପୁଆ କୃଷି ଜିଲ୍ଲା ଅଧିକାରୀ ଶ୍ରୀମତୀ ନନ୍ଦିତା ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande