
ଭୁବନେଶ୍ୱର, ୦୪ ସେପ୍ଟେମ୍ବର (ହି.ସ) - ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ‘ସିଏମ୍ କିଷାନ'ର ପଂଚମ କିସ୍ତି ପ୍ରଦାନ କରିଛନ୍ତି। ପ୍ରାୟ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ଚାଷୀଙ୍କୁ ପ୍ରଦାନ କରାଯାଇଛି।
ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସ୍ଥିତ ଟାଉନହଲ ଭବାନୀପାଟଣା ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍କ ସମେତ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗ ଦେଇଥିଲେ । କଳାହାଣ୍ଡି ଜିଲ୍ଲାର ମୋଟ ୧ଲକ୍ଷ ୬୮ହଜାର ୮୬୨ ଜଣ କ୍ଷୁଦ୍ର ଓ ପ୍ରାନ୍ତିକ ଏବଂ ୯୮୮ ଟି ଭୂମିହୀନ କୃଷି ପରିବାର ନିକଟରେ ଏହି ଯୋଜନା ଅଧୀନରେ ଆଜି ଆର୍ôଥକ ସହାୟତା ପହଂଚିଛି ।
ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସର୍ବଦା ସମର୍ପିତ ହୋଇ କାର୍ଯ୍ୟ କରୁଛନ୍ତି। ସିଏମ୍ କିଷାନ' ଯୋଜନା ରାଜ୍ୟର କୃଷକବନ୍ଧୁଙ୍କ ପାଇଁ ଶକ୍ତି ଏବଂ ସାମର୍ଥ୍ୟର ଏକ ମାଧ୍ୟମ ସାଜିଛି, ଯାହା ମାଧ୍ୟମରେ ଚାଷୀଙ୍କ ଆର୍ôଥକ ସ୍ଥିତି ସୁଦୃଢ ହେବା ସହ ଆମ ରାଜ୍ୟ କୃଷି ଅର୍ଥନୀତି କ୍ଷେତ୍ରରେ ନୂତନ ସଫଳତା ହାସଲ କରୁଛି। ଏହା ସହିତ ଆଗାମୀ ଦିନରେ ସିଏମ୍ କିଷାନ ଯୋଜନାର ହିତାଧିକାରୀଙ୍କ ପୁଅ ଝିଅଙ୍କ ଉଚ୍ଚଶିକ୍ଷା ପାଇଁ କୃଷି ବିଦ୍ୟା ନିଧି' ଯୋଜନା ଅଧୀନରେ ଆର୍ôଥକ ସହାୟତା ଯୋଗାଇ ଦିଆଯିବ। ଏହି ସହାୟତା କେବଳ ଏକ ଆର୍ôଥକ ସହାୟତା ନୁହେଁ, ବରଂ ଆମର ଚାଷୀ ଭାଇଭଉଣୀମାନଙ୍କ ପରିଶ୍ରମ ଓ ସମର୍ପଣ ପ୍ରତି ଏକ ବିନମ୍ର ସମ୍ମାନ।
ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଏବଂ ଅନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା