

ବଲାଙ୍ଗିର, ୪ ସେପ୍ଟେମ୍ବର (ହି.ସ.)- ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଚାଲିଥିବା ଫୁଟବଲ ଖେଳ ୮ଟି ପଡିଆରେ ହୋଇଯାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ଭାଲୁପିଟା ୧-୦ ଗୋଲରେ ଗର୍ଜନକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ସାମ୍ବାଦିକ ଅଶ୍ୱିନୀ କୁମାର ନାଏକ, ପୂର୍ବତନ ଖେଳାଳି ବିଜୟ କୁମାର ନାହାକ, ନରେଶ କୁମାର ଅଗ୍ରୱାଲ ଓ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଯୋଗ ଦେଇଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ରାଇଜିଂ ଷ୍ଟାର ୬-୧ ଗୋଲରେ ଜଗୁଆ କୁ ହରାଇ ବିଜୟୀ ହେଲା । ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, ସମ୍ମାନିତ ଅତିଥି ଭାବେ ଲାୟନ୍ସ କ୍ଲବ ସଭାପତି ମନୀଷ ଗୁପ୍ତା ଓ ପୂର୍ବତନ ଏନ୍ଏସି ଚେୟାରମେନ ସନ୍ତୋଷ ପ୍ରଧାନୀ ଯୋଗ ଦେଇଥିଲେ । ଖୁଜେନପାଲି ପଡିଆରେ ସ୍ପୋର୍ଟସ୍ ହଷ୍ଟେଲ ୨-୦ ଗୋଲରେ କୁରୁଲ କୁ ହରାଇଲା । ଅତିଥି ଭାବେ ରାଜେନ୍ଦ୍ର କଲେଜ ଯୁକ୍ତ ଦୁଇ ଅଧ୍ୟକ୍ଷ ଆଲୋକ କୁମାର ମଙ୍ଗରାଜ, କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଓ ଜିଏସ୍ଟି ଅଫିସର ଜିତେନ୍ଦ୍ର ବାଗ ଯୋଗ ଦେଇଥିଲେ । କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂହ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ମୋହିନି ମୋହନ ମିଶ୍ର, ପୂର୍ବତନ ରାଜ୍ୟ ଭଳିବଲ ଖେଳାଳି ନବକିଶୋର ମିଶ୍ର, ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ ଓ ସଦସ୍ୟ ଭୁପେନ୍ଦ୍ର ପ୍ରସାଦ ସିଂ ମଂଚାସିନ ଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ କ୍ରୀଡା ସଂସଦ କାର୍ଯ୍ୟକାରି ସଭାପତି ଡ. ଶ୍ରୀକର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ସାଇଟ ସଦାଇପାଲି ସଡନ ଡେଥରେ ଏନ୍ଏସ୍ ସ୍ପୋଟିଂ କୁ ହରାଇ ବିଜୟୀ ହେଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗ ଦେଇଥିଲେ । ଟାଉନ ହାଇସ୍କୁଲ ପଡିଆରେ ଗେର୍ଡି ଟ୍ରାଇବ୍ରେକର ରେ ଅମାମୁଣ୍ଡା କୁ ହରାଇ ବିଜୟୀ ହେଲା । ଅତିଥି ଭାବେ ଯୁବ ସଂଗ୍ରାମୀ କୃଷକ ନେତା ଆକାଶ ମିଶ୍ର ଓ ପୂର୍ବତନ ଖେଳାଳି ତଥା କାଉନସିଲର ଅରବିନ୍ଦ ପରୁଆ ଯୋଗ ଦେଇଥିଲେ । ସଂସଦର ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର ଓ କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚାସିନ ଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ବିଏନ୍ଏଏ ଜରାସିଂହା ୫-୦ ଗୋଲରେ ଚନ୍ଦ୍ରପୁରକୁ ହରାଇଲା । ଅତିଥି ଭାବେ ସମାଜସେବୀ ଉମାଶଙ୍କର ସିଂ ଓ ସମିତି ସଭ୍ୟ ଅମିତ କୁମାର ତ୍ରିପାଠି ଯୋଗ ଦେଇଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ଲୋଇସିଂହା ଏଏ ଟ୍ରାଇବ୍ରେକର ରେ ତେନ୍ତୁଳିଖୁଣ୍ଟି କୁ ହରାଇଲା । ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଯୁଧିଷ୍ଠିର ପ୍ରଧାନ, ସାମ୍ବାଦିକ ଅଭିଳାଷ ହୋତା ଓ ଲୋଇସିଂହା ଏଏ ସଭାପତି ଦିଲିପ କୁମାର ବେହେରା ଯୋଗ ଦେଇଥିଲେ । ହଲଦି ପଡିଆରେ କେସି ୟୁନାଇଟେଡ ଜୁରାବନ୍ଧ ୫-୧ ଗୋଲରେ ଟିକ୍ରାପଡା କୁ ହରାଇଲା । ଅତିଥି ଭାବେ ସରପଂଚ ସୋମିନା ସେଠ, ସମିତି ସଭ୍ୟ ଟୁନାମଣି ମହାନନ୍ଦ ଓ ପୂର୍ବତନ ଖେଳାଳି ରମାରଂଜନ ସେଠ ଯୋଗ ଦେଇଥିଲେ ।
ସୁନିଲ ଚନ୍ଦ୍ର ବିଶ୍ୱାଲ, ବଳରାମ ସା, ପ୍ରଦୀପ ବଗର୍ତ୍ତି, ଦେବରାଜ ନାହାକ, ଧବଳେଶ୍ୱର ଦଳବେହେରା, ନରସିଂସ୍ୱାମୀ ନାଇଡୁ, ଅବଦୁଲ ମୁଜିବ ଓ ଉଜ୍ଜଳ ଝାଙ୍କର ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ଖେଳକୁ ସଂଜନ କୁଦେଇ, ବିକି ବିଶି, ଶୁଶାନ୍ତ ନାଗ, ଚୈତନ୍ୟ ସାହୁ, ଜିତେନ୍ଦ୍ର ପାତ୍ର, ରାଜେନ୍ଦ୍ର ଧରୁଆ, ଶ୍ରବଣ ବାଗ, ଧନେଶ୍ୱର ସେଠ, ତ୍ରିନାଥ ଚନ୍ଦନ, ଅଭିଷେକ ପ୍ରଦାନ, ପୁରୁଷୋତ୍ତମ ବୁଡେକ, ମନୋଜ ବେହେରା, ସୁଧାଂଶୁ ସେଠ, ସୁଦର୍ଶନ ସେଠ, ଜ୍ୟୋର୍ତିମୟୀ ରାଉତ, ରାଜ କୁମାର ପାଣିଗ୍ରାହି, ଏକଲବ୍ୟ ଦଣ୍ଡସେନା, ଭୁବନେ ଭୋଇ, ଡୋଳାମଣି ବଗର୍ତ୍ତି, ଶ୍ରୀବତ୍ସ ମେହେର, ଆଶିସ୍ ଦେବ ସା, ରିଙ୍କୁ ବିଶି, ପ୍ରତାପ ଭୁକ୍ତା, ଜଗଜିବନ ପଧାନ, ମଳୟ ଘିବେଲା, ଲବ ସୁନାନି, ଯଶୋବନ୍ତ ମାଝି, ପ୍ରୀତମ ନାଏକ, କରୁଣାକର ପ୍ରଧାନ, ଶ୍ରୀରାମ ସାହୁ, ଗୋପାଳ ପ୍ରଧାନ ଓ ଦିଲିପ କୁମାର ଧରୁଆ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ