
ପୁରୀ, ୪ ସେପ୍ଟେମ୍ବର (ହି.ସ.)- ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ନୋ ଫ୍ଲାଇଙ୍ଗ ଜୋନ୍ ଭିତରେ ରାତିରେ ଡ୍ରୋନ୍ ଉଡୁଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ନୀଳଚକ୍ର ପର୍ଯ୍ୟନ୍ତ ଏହି ଡ୍ରୋନ୍ ଉଡୁଥିବାର ଦୃଶ୍ୟ ଭିଡ଼ିଓରେ କଏଦ୍ ହୋଇଛି । ଯାହାକୁ ନେଇ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ଥରେ ଉଠିଛି ପ୍ରଶ୍ନ ।
ତେବେ ପୋଲିସ ପ୍ରଶାସନର କଡ଼ା କଟକଣା ଓ ବାରମ୍ବାର ତାଗିଦ୍ ସତ୍ୱେ କିଏ ଏବଂ କେଉଁଠୁ ଉଡାଇଥିଲା ଏହି ଡ୍ରୋନ୍ ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ