କୁକୁଡ଼ା ଘରୁ ବିଶାଳକାୟ ଅଜଗର ଉଦ୍ଧାର
ମାଲକାନଗିରି, ୪ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ସଦର ନିକଟ ପରଜାଗୁଡ଼ା ଅଞ୍ଚଳରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରାଯାଇଛି। ଖାଦ୍ୟ ସନ୍ଧାନରେ ଆସିଥିବା ଅଜଗରଟି ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଘରେ ପଶି ତିନିଟି ବଡ଼ କୁକୁଡ଼ାକୁ ଗିଳି ଦେଇଥିଲା। ସାପଟିକୁ ଦେଖି ଘରଲୋକ ଓ ସ୍ଥାନୀୟ ଲୋକେ ଭୟଭୀତ ହୋ
କୁକୁଡ଼ା ଘରୁ ବିଶାଳକାୟ ଅଜଗର ଉଦ୍ଧାର


ମାଲକାନଗିରି, ୪ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ସଦର ନିକଟ ପରଜାଗୁଡ଼ା ଅଞ୍ଚଳରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର କରାଯାଇଛି। ଖାଦ୍ୟ ସନ୍ଧାନରେ ଆସିଥିବା ଅଜଗରଟି ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଘରେ ପଶି ତିନିଟି ବଡ଼ କୁକୁଡ଼ାକୁ ଗିଳି ଦେଇଥିଲା। ସାପଟିକୁ ଦେଖି ଘରଲୋକ ଓ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ସତ୍ୟଜିତ ଗୌଡ଼ ଘଟଣାସ୍ଥଳରେ ପହଞ୍ଚି ସତର୍କତାର ସହ ଅଜଗରଟିକୁ ଉଦ୍ଧାର କରିଥିଲେ। ପରେ ବନ ବିଭାଗର ଉପସ୍ଥିତିରେ ସାପଟିକୁ ଜଙ୍ଗଲର ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦିଆଯାଇଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ବନ କର୍ମଚାରୀ ଡମ୍ବରୁ ମଧ୍ୟ ଉପସ୍ଥିତ ଥିଲେ। ବନ୍ୟପ୍ରାଣୀ ଦେଖିଲେ ଭୟଭୀତ ନହୋଇ ସେମାନଙ୍କୁ କ୍ଷତି ନପହଞ୍ଚାଇ ବନ ବିଭାଗ କିମ୍ବା ସାପ ଉଦ୍ଧାରକାରୀଙ୍କୁ ଖବର ଦେବାକୁ ସତ୍ୟଜିତ ଗୌଡ଼ ପରାମର୍ଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande