କଳାହାଣ୍ଡି ଜିଲ୍ଲାର ସ୍ଵାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ସମୀକ୍ଷା କଲେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଭବାନୀପାଟଣା, ୪ ସେପ୍ଟେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଓଡିଶା ରାଜ୍ୟ ସରକାରଙ୍କ ପ୍ରଯୋଜିତ ସିଏମ କିସାନ କାର୍ଯ୍ୟକ୍ରମ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ମ୍ୟାଲେର
କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଓ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ


ଭବାନୀପାଟଣା, ୪ ସେପ୍ଟେମ୍ବର (ହି.ସ.)- ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଓଡିଶା ରାଜ୍ୟ ସରକାରଙ୍କ ପ୍ରଯୋଜିତ ସିଏମ କିସାନ କାର୍ଯ୍ୟକ୍ରମ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ମ୍ୟାଲେରିଆ ନିୟନ୍ତ୍ରଣ, ସିକେଲ ସେଲ ନିରାକରଣ, ଟୀକାକରଣ ଓ ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ, ସ୍ୱାସ୍ଥ୍ୟ ସୂଚକ, ମାତୃ ଓ ଶିଶୁ ମୃତ୍ୟୁ ହ୍ରାସ, ପୂର୍ଣ୍ଣ ଟୀକାକରଣ, ରକ୍ତହୀନତା ନିୟନ୍ତ୍ରଣ ଏବଂ ଅସଂକ୍ରାମକ ରୋଗ ନିୟନ୍ତ୍ରଣ ଉପରେ ଉପସ୍ଥାପନା କରାଯାଇଥିଲା। ଜିଲ୍ଲାରେ ୧ଟି ମେଡିକାଲ କଲେଜ, ୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୧ଟି ଉପଖଣ୍ଡ ଚିକିତ୍ସାଳୟ, ୧୭ଟି ସିଏଚସି, ୪୫ଟି ଆମ ହସ୍ପିଟାଲ ପିଏଚସି ଓ ୨୪୧ଟି ଆମ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ଥିବା ସୂଚନା ଦିଆଯାଇଥିଲା। ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ଜିଲ୍ଲାରେ ଏ.ଇ.ଆର.ଏସ. କାର୍ଯ୍ୟକ୍ରମ, ଏଲ ଏଲ ଏଇ ଏ ନ ବଣ୍ଟନ, ଶିବିର, ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କ୍ରିନିଂ ଏବଂ ରିୟଲ ଟାଇମ ମନିଟରିଂ ପାଇଁ ଓ ଡି କେ ଟୁଲ ବ୍ୟବହାର ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଉପସ୍ଥାପନା କରାଯାଇଥିଲା। ମାତୃ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବତୀ ଚିହ୍ନଟ, ଅଲ୍ଟ୍ରାସାଉଣ୍ଡ ସେବା, ମାତୃ ଓ ଶିଶୁଙ୍କ ପାଇଁ ନିରାପଦ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଜଣାଯାଇଥିଲା। ଜିଲ୍ଲାରେ ଜାତୀୟ ସିକେଲ ସେଲ ଏନିମିଆ ନିରାକରଣ ମିଶନ ଅଧୀନରେ ବ୍ୟାପକ ସ୍କ୍ରିନିଂ, ଗାଜେଲ ମେସିନ ଦ୍ୱାରା ପରୀକ୍ଷା ଓ ରୋଗୀଙ୍କୁ ନିୟମିତ ଚିକିତ୍ସା ସେବା ପ୍ରଦାନ କରାଯାଉଥିବା ସୂଚନା ଦିଆଯାଇଥିଲା। ମନ୍ତ୍ରୀ ଜିଲ୍ଲାର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରିବା, ଶୂନ୍ୟପଦ ପୂରଣ, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ମ୍ୟାଲେରିଆ ଓ ସିକେଲ ସେଲ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହିତ ଦୂରଦୁରାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲାପାଳ ପୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ହରେକୃଷ୍ଣ ଶତପଥି, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଧିକାରୀ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande