ଜୟପୁର ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ
ଜୟପୁର, ୦୪ ସେପ୍େଟମ୍ବର (ହି.ସ.) - ଜୟପୁରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି । ଜନ୍ମାଷ୍ଟମୀ ଅବସରରେ ଜୟପୁର ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଙ୍କୁ କୃଷ୍ଣ ବେଶରେ ସଜ୍ଜିତ କରାଯାଇଥିଲା । ଶ୍ରୀଜିଉ ଙ୍କ ନିକଟରେ ସ୍ୱତନ୍ତ୍ର ନିତି କାନ୍ତ ଆଳତି ଭୋଗ ଲାଗି କରାଯା
ଜୟପୁର ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ


ଜୟପୁର, ୦୪ ସେପ୍େଟମ୍ବର (ହି.ସ.) - ଜୟପୁରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଛି । ଜନ୍ମାଷ୍ଟମୀ ଅବସରରେ ଜୟପୁର ଜଗନ୍ନାଥ ମନ୍ଦିରରେ ଜଗନ୍ନାଥ ଙ୍କୁ କୃଷ୍ଣ ବେଶରେ ସଜ୍ଜିତ କରାଯାଇଥିଲା । ଶ୍ରୀଜିଉ ଙ୍କ ନିକଟରେ ସ୍ୱତନ୍ତ୍ର ନିତି କାନ୍ତ ଆଳତି ଭୋଗ ଲାଗି କରାଯାଇ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ପାଳିତ କରାଯାଇଛି । ସେହିପରି ଗୀତାଭବନରେ ମଧ୍ୟ ଜନ୍ମାଷ୍ଟମୀ ପାଳିତ ହୋଇଛି । ରଘୁନାଥ ମନ୍ଦିରରେ ପ୍ରଭୁ ରାମଙ୍କୁ କୃଷ୍ଣ ବେଶରେ ସଜ୍ଜିତ କରାଯାଇଥିଲା । ସେହିପରି ସରସ୍ୱତି ବିଦ୍ୟା ମନ୍ଦିର ଶାରଦା ବିହାର ତରଫରୁ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି । ବିଦ୍ୟାଳୟର ସମସ୍ତ ଗୁରୁଜି ଗୁରୁମା ଏବଂ ଅନ୍ୟ ସେବା ବ୍ରତି ମାନେ କାଯ୍ୟକ୍ରମକୁ ସଫଳ କରିବାରେ ସହ ଯୋଗ କରିଥିଲେ । ସେହିପରି ଅରବିନ୍ଦ ନଗର ଶିଶୁ ବିଦ୍ୟାମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମି ମହାସମାରୋହରେ ପାଳିତ ହୋଇଛି । ଉପସ୍ଥିତ ଅତିଥି ମନେ ଭଗବତ ଗୀତର କର୍ମ ଯୋଗ ଏବଂ ବିଶ୍ୱ କଲ୍ୟାଣ ପାଇ ଶ୍ରୀକୃଷ୍ଣ ଙ୍କ ଭୁମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶିଶୁ ମାନଙ୍କର ଏକ ନୃତ୍ୟ ପରିବେଶଷ ପ୍ରତିଯୋଗିତା କରାଯାଇ ପୁରଷ୍କାର ବିତରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନନୀୟ ଶ୍ରୀଯୁକ୍ତ କିଶୋର ତ୍ରିପାଠୀ ( ଅବସର ପ୍ରାପ୍ତ ଶିକ୍ଷକ) ଜନ୍ମାଷ୍ଟମୀ ଉତ୍ସବ ରେ କିଛି ବାଣୀ ପ୍ରଦାନ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ର କୋଷାଧ୍ଯକ୍ଷ ମାନନୀୟ ଶ୍ରୀଯୁକ୍ତ ମିହିର କୁମାର ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ଆଗେଇ ନେବାରେ ସହଯୋଗ କରିଥିଲେ । ସହ ପ୍ରଧାନ ଆଚାର୍ଯ୍ଯ ମାନନୀୟ ଭାଗବତ ଷଡଙ୍ଗୀ ଙ୍କ ଅଧ୍ୟକ୍ଷତାରେ ରେ ଜନ୍ମାଷ୍ଟମୀ ସମ୍ବନ୍ଧୀୟ ବିଭିନ୍ନ ବେଶ ଧରି ଶିଶୁ ମାନଙ୍କୁ ପୂଜା ଅର୍ଚନା କରାଯାଇଥିଲା । ୧୨୫ ଜଣ ବେଶ ଧାରୀ ଶିଶୁଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ଯଥା କୁନି ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମ ନାଟକ, ନୃତ୍ୟ ପରିବେଷଣ ଏବଂ ଦହି ହାଣ୍ଡି ଭାଙ୍ଗିବା ପାଳିତ କରାଯାଇଛି । ମୁଖ୍ୟ ଅତିଥି ଏବଂ କୋଷାଧ୍ଯକ୍ଷ ବେଶ ଧାରୀ ଶିଶୁଙ୍କୁ ପୁରସ୍କାର ପ୍ରଦାନ କରିଥିଲେ .ା ଉତ୍ସବ ଟି ଆନନ୍ଦରେ ପାଳିତ ହୋଇଯାଇଛି ଓ ସମସ୍ତ ଗୁରୁଜୀ ଗୁରୁମା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande